
ଯୋଉ କବିତା
ବିଗତ ପିଲାଦିନକୁ ନେଇ,
ଡଙ୍ଗା କରି ନଷ୍ଟ କରିଦେଲା
ମୋ ଦୁଷ୍ଟ ପୁଅ
ସେଇଟା ଏବେ ଡ୍ରେନରେ ।
ଏଇ ..ଦୁଇଦିନ ତଳେ
ପ୍ରେମ ଓ ବିରହକୁ ନେଇ
ଲେଖିଥିଲି କବିତାଟିଏ ଯେ
ବର୍ତ୍ତିଲାନି ଘରଣୀଙ୍କ ନଜରରୁ ,
କାମଧନ୍ଦା ଛାଡି
ଛୁଟିଦିନରେ ଘରେ ବସୁଥିବା
ଲୋକର କବିତା
କୁଆଡେ ଆଉ ଯା'ନ୍ତା...
ସେଇଟା ଏବେ ଡଷ୍ଟବିନରେ ।
ଆଉ...ଆଜି
ଅଫିସରେ ଫାଇଲ ଭିତରୁ
ବାହାରିଲା ଜୀବନଦର୍ଶନଧର୍ମୀ
ଆଉ ଗୋଟେ ଯେ,
ହାତରେ ଲୋଚାକୋଚା କରି
ନିଶୁଆ ମୋ ବଡବାବୁ
ଫିଙ୍ଗିଲା ମୋ ମୁହଁରେ ।
ଧେତ...
ଆଉ କୋଉ କବିତା ମାଡୁଚି ଯେ
ଲେଖିବି....?
^^^^^^^^^^^^^^^^^^^
