ଭୁଲି ପାରୁନାହିଁ ସେଇ ଅତୀତକୁ
ମନେ ହେଉଅଛି ଗୁଣି
ସପନେ ଆସିବ କଥା ଦେଇଥିଲ
ସିନ୍ଦୁରା ତ' ଫାଟିଲାଣି .....
ଲେଖି ପାରୁନାହିଁ ପ୍ରେମର କବିତା
ମନ ମୋ' ଗଲାଣି ମରି
କହିପାରୁ ନାହିଁ ମନର ଭାଷାକୁ
ସମାଜକୁ ଡରି ଡରି .....
ପ୍ରେମ ଆବେଗରେ ତୁମ ପ୍ରତିଶୃତି
ପାଲଟି ଯାଇଛି ସ୍ମୃତି
ବୁଝି ପାରୁନାହିଁ ତୁମରି ପ୍ରମକୁ
କଳଙ୍କିତ ଲାଗେ ପ୍ରୀତି ......
✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ , ଗଞ୍ଜାମ
