ଝଡା ଫୁଲ
°°°°°•°°°°°
ଝଡା ଫୁଲଟିକୁ ପଚାରେନି କିଏ
ମାଟିରେ ତାହାର ଘର,
ଏଠୁ ଉଡି ପୁଣି ସେଠି ପଡେ ସିଏ
ଗଛ ଠାରୁ ସାତ ପର l୧
ଫୁଟିଥିଲା ଯେବେ ପୁଷ୍ପ ତରୁ ଡାଳେ
ବୁଲୁଥିଲେ ପ୍ରଜାପତି ,
ବାସ ସରିଗଲା ପୁଷ୍ପ ଝଡି଼ ଗଲା
ଦୂରକୁ ଗଲା ସେ ଅତି l୨
ହୁଏନାହିଁ ଫୁଲ ଦେବା ଦେବୀଙ୍କର
ହୁଏନା ସେ ତ ମାଳିର,
ତା ଉପରେ କାହା ନ ଥାଏ ତ ଲୋଭ
କେହି ନୁହେଁ ତା ନିଜର l୩
ଥିଲା ଯେବେ ସିଏ କଅଁଳ କୁସୁମ
ଢାଳୁଥିଲେ କେତେ ଜଳ,
ସୁଖିଗଲା ଡେମ୍ଫ ଟଳିଲା ପତର
ନିଜର ହେଲା ତା ସ୍ଥଳ l୪
ଦିଶୁଥିଲା ଦିନେ ରୂପରେ ସୁନ୍ଦର
ପ୍ରିୟ ଥିଲା ସଭିଙ୍କର,
ବାସୁଥିଲା ପୁଣି ମଧୁର ମଧୁର
ସତେ ସିଏ ଭାବନାର l୫
ତରୁରୁ କୁସୁମ ଝଡି ଯାଇଛି ଯେ
ପରକଲା ପ୍ରଜାପତି ,
ବିଧାତା ର ପୁଣି ଏ କି ବିଚାର
କ୍ରୋଧ କାଇଁ ଫୁଲ ପ୍ରତି l ୬
ଫୁଲ ସିନା ଆଜି ପଡିଛି ଯେ ଝଡି
କମି ନାହିଁ ତା'ର ବାସ,
ଇଚ୍ଛା ଥିଲେ ମଧ୍ୟ ବଞ୍ଚି ରହିବାକୁ
ବୃଥା ତା ଶେଷ ପ୍ରୟାସ l୭
ପୂର୍ଣ୍ଣଚନ୍ଦ୍ର ରଣା
ହାଟସିଂହାପୁର, ଯାଜପୁର
ମୋ. ୮୯୭୦୫୧୩୫୯୦

