
ଜୀବନର ମାନେ ଏଠି ଭିନ୍ନ! !
ବୁଝିବା ସହଜ କି?
ମୁ ଆଜି ବି ବୁଝିପାରେନି।
ନିରୋଳାରେ ଜହ୍ନକୁ ପଚାରିଲେ
ସେ କହିବ ବୋଧ ହୁଏ?
ନିରୋଳା କାହିଁ?
କୋଉଠି ତା ଘର?
କେବେ ଦେଖିନି ତାକୁ।
ତାରାଗଣ କହି ପାରିବେକି?
ହେଲେ ଏତେ ଦୂରରେ ସେମାନେ !
କେମିତି ଶୁଣିବି ସେମାନଙ୍କୁ?
ହଁ ତାକୁ ପଚାରିବି
ଯେ ଏ ଦୁନିଆଁରେ ସବୁଠୁ ଅମୀର
ହେଲେ ସେ କ'ଣ ନିରୋଳାରେ ଥିବ?
ଗରିବକୁ ପଚାରିଲେ କହିବକି ସେ?
କିନ୍ତୁ ତାକୁ କ'ଣ ପଚାରିବି,
ଜୀବନର ମାନେ !
ସେ ମୋ କଥାକୁ ଅଟ୍ଟହାସ କରିବ!! !
ବୁଝିଲି ସେ ଏକା ଜାଣିଛି
କହି ପାରିବ ସେ,
ସେଇମ, ଯିଏ କାହାକୁ ଅପେକ୍ଷା କରେନି,
ଚାଲିଥାଏ ତାର କକ୍ଷରେ,
ହଁ ସମୟ !
ସେ ହିଁ ଏକା, ମତେ ଜୀବନର
ମାନେ କହିପାରିବ।
ତୋ ଅପେକ୍ଷାରେ ରହିଲି.......
ସମୟ
ଚିତ୍ତରଞ୍ଜନ ସାହୁ
ଆଟ/ପୋ- ସିଙ୍ଗିରି, ଥାନା- ଆଳି, ଜି- କେନ୍ଦ୍ରାପଡା
