ଜୀବନ - ବିଷ୍ଣୁ ପ୍ରସାଦ ମିଶ୍ର

0

ବସନ୍ତ ଛୁଇଁଛି, ବୈଶାଖି (ଗ୍ରୀଷ୍ମ) ସାଧିଛି,
ବର୍ଷାରେ ଭିଜାଇଛି ଯାହା,
ଶରଦ ର ରାତି ହୀମର ସକାଳ 
ଶୀତର କାତର ସାହା.
ବୈଶାଖର ତାତି ଜ୍ୟେଷ୍ଠର ପ୍ରକୋପେ 
ଆଷାଢ଼ ଶ୍ରାବଣ ଆଖି, 
ଭୋଦୁଅ ଆଶାରେ ଆଶ୍ବିନ ର ଦାଉ 
କାର୍ତ୍ତିକ ରହିଛି ସାକ୍ଷୀ. 
ମଗୁଶିର ଛୁଇଁ ପଉଷ କଥାରେ 
ମାଘ ସଙ୍ଗେ ମୋର ଭାବ,  
ଫଗୁଣେ ଖୋଜୁଛି ମଳୟ ପରଶ 
ଚଇତି ଚିନ୍ତା ମୋ ଧୃବ. 
ମାସ ମୋର ଗୀତି ଋତୁ ମୋର ସାଥୀ
ବରଷ ଜୀବନ ମଞ୍ଚ,
ଅଭିନୟ ଏଠି କର୍ତ୍ତବ୍ୟ କେବଳ
ସବୁ ତ ନିଜର ତୁଚ୍ଛ.

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ

Post a Comment

0Comments
Post a Comment (0)