
ଭକତ ନୁହଁଇ ପତିତଟେ ମୁହିଁ
ମୋପାଇଁ ତୋ' ଚିନ୍ତା ନଥିବ
ବିହିଲେଖା ଭାଗ୍ୟ ଆନ କିବା ହେବ
ଘଟୁଛି ତ ଘଟୁଥିବ,,,
କାଳିଆରେ.....
ଯଦିତୋର ଇଛାହବ
କୃପାବାରି ଝରି ମୋ'ଜୀବନ ତରୀ
ସୁଖ ଦରିଆ ଛୁଇଁବ
କାଳିଆରେ......0
ତୋର ନାମାମୃତ ପାନ କରୁକରୁ
ଯଦି ଭାବ ଲାଗିଯିବ
ଭାବଗ୍ରାହୀ ଭଜି ମୋର ଆତ୍ମା ପକ୍ଷୀ
ଶ୍ରୀପଦେ ଶରଣ ଯିବ
ଯଦିକେବେ ଦୟାହବ,
ବଡଦାଣ୍ଡେ ତୋର ପାଦ ଥାଇ ମୋର
ଜୀବନ ଖେଳ ସରିବ
କାଳିଆରେ.....୧
ମରତ ପୁରୀର ରାଜା ରାଜାଧିରାଜ ତୁ'
ମୁଁ 'ତୋ ପତିତ ପ୍ରଜା
ଇଛାକରୁ ଯଦି ଦେଇତୁ ପାରିବୁ
ଅଜ୍ଞାନୀ ପ୍ରଜାକୁ ସଜା
ଏତକ ଯଦି ହୋଇବ
ତୋ ଦଣ୍ଡେ ଦଣ୍ଡିତ ହୋଇବି ପାରିଲେ
ପାପଟିକ ଧୋଇଯିବ
କାଳିଆରେ.....୨
ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
