
ଏଇଠି ଗୋଟେ ବୁଢ଼ୀ ଥିଲା
କୁଡ଼ିଆ ଘରେ ରହୁଥିଲା
ମୂଳ ମଜୁରୀ କରୁଥିଲା
ଭୋକ ଶୋଷରେ ଜିଇଁଥିଲା
ଏକାକୀ ସିଏ ରହୁଥିଲା
ସମୟ ସହ ଲଢୁଥିଲା
ବୁଢାଟା ତାର ମରିଥିଲା
ପୁଅ ଦାଦନ ଯାଇଥିଲା
ଭିଟାମାଟିକୁ ଭୁଲିଥିଲା
ଆଖିର ଲୁହ ବୁଢ଼ୀ ପୋଛି
କେତେ ନେହୁରା ହେଉଥିଲା
ସଭିଏଁ ଦୁଃଖ ଦେଖୁଥିଲେ
ଆଖି ବୁଲେଇ ଯାଉଥିଲେ
ଫାଇଲ ତଳେ ଦୁଃଖ ହଜେ
ଆଖି ଲୁହରେ କାନି ଭିଜେ
ବୁଢ଼ୀ ଜାଗାକୁ କମ୍ପାନୀ ନେଲା
ଜାଗା ଛାଡିବାକୁ ସେ ମନାକଲା
କୁଡ଼ିଆ ଠାରୁ କିଛି ଦୂର
ମିଳିଲା ବୁଢ଼ୀର ଶରୀର
ସଭିଏଁ କହିଲେ ହାତୀ ଦଳିଦେଲା
ବୁଢ଼ୀ ଜାଗାରେ କଂପାନୀ ହେଲା
ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ-754022
