ଢ଼କଢ଼କ ପିଉ ନୀର - ପ୍ରଣତି ମହାପାତ୍ର

0
ଉତ୍କଳ ସନ୍ତାନ ଗରବେ ମୁଁ କହେ
ପ୍ରିୟ ଭାରି ମୋ ପଖାଳ,
ଉଦର ପୋଷଣେ ଚିନ୍ତା ତ ନଥାଏ
ମିଳଇ କେତେ ସୁଫଳ।
ରାତି ପାହିଗଲେ ହାଣ୍ଡିରୁ ଢାଙ୍କଣା
ଖୋଲିଲେ ବାସ ଚହଟେ,
ବାଇଗଣ ପୋଡା ରସୁଣ ଲଙ୍କାରେ
ଛେଚାର ସୁଆଦ ଛୁଟେ।
ସାରୁ ଛେଚା,ବଢିଚୁରା,ଶାଗଭଜା
ଅମୃତ ଲାଗଇ ଆହା,
ସୋରିଷ ତେଲର ଆଳୁ ଚକଟାଟା
ନ ଥାଉ ପଛକେ ଯାହା।
ପେଟେ ପଖାଳକୁ ବାଡେଇ ଦେଇଣ
ଯେଝା କାମେ ଯା'ନ୍ତି ଯିଏ,
ସବୁଦିନ ଆମେ ପଖାଳ ଦିବସ
ଘରେ ପାଳୁଥାଉ କହେ।
ଲାଜ କି ଲାଗିବ ପଖାଳ ପାଇଁ କି
ଘରେ ଘରେ ତା ଆଦର,
ଭାତ ଖାଇଦେଇ ବେଲା ଟେକିଦେଇ
ଢକଢକ ପିଉ ତା ନୀର।

Post a Comment

0Comments
Post a Comment (0)