ବଜ୍ର ଶପଥ - ପ୍ରଣତି ମହାପାତ୍ର

0
କିଏ ବା ରଙ୍ଗ ଅବିରକୁ ନେଇ 
ଖେଳିବ କୁହ ହୋଲି,
ରଙ୍ଗ ତ ହଜିଛି ହଜାଇ ଦେଇଛି
ପରବ ଆସିଛି ଖାଲି।
ସଭିଙ୍କ ଓଠରୁ ହସକୁ ଛଡାଇ 
ଦୁଃଖ ଯେ ଭରିଦେଇଛି,
ଆଜିର ପରବେ କରିବା ଶପଥ
ମାରିବା ଗୋଡାଇ ଗୋଛି।
ଜନମ ମରଣ ସବୁ ତା ଭିଆଣ
ଆମେରେ ନିମିତ୍ତ ମାତ୍ର,
ଛାର ଧନ ଗର୍ବେ ଅହଂ ଲିପ୍ତ ହୋଇ
ନିନ୍ଦିତ ଆଜି ସର୍ବତ୍ର।
ଗଗନ ପବନ ସ୍ତବ୍ଧ ହୁଏ ଦେଖ
ଇନ୍ଦ୍ର ଧନୁରୁ ହଜିଛି ରଙ୍ଗ,
କର ଅବା ମର ଶ୍ଳୋଗାନ ଦିଅ
ଦେଉ ସେ ଛତ୍ର ଭଙ୍ଗ।
ମରିଯିବା ପଛେ ଛାଡିବାନି ତାଙ୍କୁ
ଦେବା ଉଚିତ ଜବାବ,
ସ୍ଵଚକ୍ଷୁରେ ଦେଖୁ ବେଇମାନ ଶତ୍ରୁ
ଜାଗ୍ରତ ସିପାହୀ ଭାବ।
ପୋଛିଦେଲ କେତେ ସଧବା ମଥାରୁ
ସୁଖର ସିନ୍ଦୁର ତୁମେ,
ନ ପାଳିଲୁ ହୋଲି ମୂଳତ୍ପାଟନର
ଉପାୟରେ ଲୀନ ଆମେ।
ଲୁହର ଜବାବ ଲହୁରେ ତ ଦେବୁ
ଦେଖୁଥାଅ ଆଖି ଫାଡି,
ଇଟାର ଜବାବ ପଥରରେ ଦେଲେ
ହୋସ୍ ଯିବରେ ଉଡି।
କରୁଛୁ ଭାରତ ବାସୀ ଆମେ  ଆଜି
ଶହୀଦ ଜବାନ ଲାଗି,
ସବୁ ସୁଖପୁଣି ଢାଳିଦେବୁ ନିଶ୍ଚେ
ହୋଇବୁ ତା ସାଥେ ଭାଗୀ।

ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0Comments
Post a Comment (0)