
ସମ୍ବର୍ଦ୍ଧନା କିବା ଅଛି ନେବାର
ଯୋଗାଯୋଗ ରଖ ଆମ ସହ ବେଗେ
ସଜହୁଅ ଆଉ ଡେରି ନକର ।(୦)
ସମ୍ବର୍ଦ୍ଧନା ତିନି ପ୍ରକାର
ଏକ, ଦୁଇ, ତିନି ହଜାର
ପ୍ରଥମଟି ଖାଲି ମାନପତ୍ର ସହ
ଗାମୁଛା ଗୋଟିଏ ଅଶୀ ଟଙ୍କାର ।(୧)
ଦ୍ବିତୀୟରେ ଉପାଧୀ ଅଛି
ଦଶଟିରୁ ନେବ ହେ ବାଛି
ତୃତୀୟ ଉତ୍କଳ ଘଣ୍ଟ, ମଣି, ପ୍ରଭା
ସୂର୍ଯ୍ୟ, ସମ୍ରାଟ ଓ ବହୁ ପ୍ରକାର ।(୨)
ପ୍ରଥମରେ ସଭ୍ୟ ହୋଇବ
ପାଞ୍ଚ ହଜାର ଗଣି ଦେବ
ସଭ୍ୟ ହେଲେ ସିନା ସମ୍ମାନ ପାଇବା
ତାଲିକାରେ ନାମ ହେବ ପ୍ରଚାର । (୩)
ଶହେ ଦେବ ଉପସ୍ଥାନକୁ
ଶହେ କବିତା ପଢିବାକୁ
ଫଟୋ ପାଇଁ ଶହେ, ଦୁଇଶହ ଦେବ
ଭିଡିଓ କ୍ୟାସେଟ୍ ରଖ ନିଜର ।(୪)
ସାହିତ୍ୟର ସାରଥୀ ମୁହିଁ
ବଡ କଷ୍ଟେ ନେଉଛି ବାହି
ମୋ କାମରେ ତୁମ ସହଯୋଗ ପାଇଁ
ଯୁଗ ଯୁଗ ପାଇଁ ହେବ ଅମର ।(୫)
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
