ମେଘ ମହ୍ଲାର - ସୁଧାକର ସେଠୀ

0
ସୁନ୍ଦର ଆଜି ଦିଶୁଛି
ଆକାଶ ରାଇଜ ହସ
ରଂଗ ବେରଂଗ
ମାଳ ମାଳ ମେଘ
ଚାରି ଆଡେ ଭାସଇ ଦେଖ।

ରହି ରହି ମାରେ ବିଜୁଳି
ଲାଗୁଛି ସତେକି
  ଆକାଶ ରାଇଜେ
ଲଗାଇଛି  କିଏ ରୋଷଣୀ ।

ବେଙ୍ଗମାନେ ରଡି କଲେଣି
ମେଘର ମହ୍ଲାର
      ବାଜିବା ଆଗରୁ
ସେମାନେ ସ୍ବର ଦେଲେଣି।

ସଜେଇ ହେଉଛି ପିକ
ମହ୍ଲାର ରଗରେ ନାଚିବାକୁ
ଟେକି ଅଛି ତାର ବେକ।

ପ୍ରକୃତିର ଏକି ରୂପ
ସଜାଇ ହୋଇଛି
ନବ ବଧୁ ପରି
ଲାଜେ ଓଢଣା ଦେଉଛି ଦେଖ।

ଚାଷି ଭାଇ ଭାରି ଖୁସି
ପ୍ରକୃତିର ଏ ନବ ଯୌବନେ
ମନ ଯାଏ ତାର ଲାଖି ।

ଝର ଝର ଯାଏ ଝରି
ସରଗ ରାଇଜୁ ଫେରି
ପ୍ରକୃତିରାଣୀର ଗଭାକୁ ସଜାଇ
ନିଏ ମନ ଚୋରି କିରି ।

ସାଧବ ବହୁର ବେଶ
ମନରେ ଭରେ ଆକ୍ରୋଶ
ଘାସ ଗାଲିଚାରେ ପାଦଥାପି ଗଲେ
ଲାଗେ ସବୁ ହେଲା ଶେଷ।

କବି କୁତୁ କୁତୁ ହୁଏ
କଳ୍ପନା ରାଇଜେ ରହେ
ଲେଖନୀ ତାର ଅମାନିଆ ହୋଇ
ବନ୍ଧ ବାଡ ଭାଙ୍ଗି ଦିଏ।

ରାଗର ରାଗିଣୀ ସିଏ
ବନି ପ୍ରେମପୂଜାରିଣୀ 
ମହ୍ଲାର ରାଗ ମହାନନ୍ଦେ
ଦେଖ ସେ ଗାଇଲାଣୀ।

ଘରଣୀକୁ ମୋର ଡର
ଗବାକ୍ଷକୁ ଯାଇ ନପାରି
ଝରକା ଫାଙ୍କେ
ଦେଖି ନିଏ ରୂପ ତାର।

ରାଗରେ ତାଳ ଦିଏ
ଚୋରା ପିରତିକୁ
ଝୁରି ଝୁରି
ବେଳ ମୁଁ କାଟି ଦିଏ ।
☁☁☁
ଜମ୍ବେଶ୍ବର ପୁର,ବାଲେଶ୍ବର
        ଓଡିଶା
୯୩୩୭୬୮୧୫୨୪


Sent from my Samsung Galaxy smartphone.

Post a Comment

0Comments
Post a Comment (0)