ମେଲାଣି ମାଗୁଛି ଶୀତ - ଶିବ ପ୍ରସାଦ ସାହୁ

0
ତାପମାତ୍ରା ଧୀରେ ବଢି ଆସିଲାଣି
ମେଲାଣି ମାଗୁଛି ଶୀତ
ବସନ୍ତ ପରଶ ଧରାକୁ ଛୁଇଁଲା
କୋଇଲି ଗାଉଛି ଗୀତ ।।

ଦକ୍ଷିଣ ଦିଗରୁ ମଳୟ ପବନ
ଆସୁଅଛି ପରା ବହି
ଚଉଦିଗ ସାରା ମଳୟ ପବନ
ମନକୁ ନେଉଛି ମୋହି ।।

ନଈ ର କୂଳରେ ହଳଦୀ ରଙ୍ଗର
ଶୋରିଷ କ୍ଷେତ ଟି ହସେ
ବଗିଚା ଭିତରେ ଗଛର ଡାଳରେ
ଫୁଲର ମହକ ବାସେ ।।

ନାଲିଆ ପଳାଶ ଓ ନିମ୍ବ କାଞ୍ଚନ
ବଢାନ୍ତି ଯେ କେତେ ଶୋଭା
ସବୁ ଋତୁ ମଧ୍ୟରେ ସେ ସାର
ଋତୁରାଜ ମନଲୋଭା ।।

ଦୋଳ ବିମାନରେ ଦୋଳ ଗୋବିନ୍ଦ ଯେ
ଆସୁଥାନ୍ତି ଝୁଲି ଝୁଲି
ଏକତା ର ପାଠ ଶିଖାଇ ଦେଉଛି
ରଙ୍ଗର ପରବ ହୋଲି ।।
----------------------------------------------
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ଼
ପିନ୍-752024, Mob -9692374659

Post a Comment

0Comments
Post a Comment (0)