
କଂକ୍ରିଟ ଛାତର ମଝିରେ
ଖରା ବର୍ଷା କାକର
ସହି
କଅଁଲୁଥିବା ଘାସ ପାଖରୁ
ଜୀବନ କଅଣ ବା ଲଗିବ ଅଲଗା ?
ଇଟାଭାଟିର ସୁଲୁସୁଲୁ ପବନରେ
ସନ୍ଧ୍ୟାରେ
ଭୋକ ଉପାସରେ
ଛତପଟ ହେଉଥିବା
ଦାଦନ ଝିଅଟି
ବିକ୍ରି କରିଛି
ତା ସୁନା ଦେହଟାକୁ
ଦଲାଲ ପାଖରେ ।
ଜୀବନର ମାନେ
ଆଉ କଣ ବା ହୋଇପାରେ .....
ଅଭାବ ଅନାଟନ ଭିତରେ
ଫେଣ୍ଟି ହେଉଥିବା
କୁଆଁରୀ ଝିଅଟି
କେବଳ
ତା ଭାଗ୍ୟକୁ ଆଦରେ ।।
~ ~ ★ ~ ~
ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର,ବିରମହାରାଜପୁର,
ସୋନପୁର ।
ମୋ-୯୯୩୭୯୯୩୧୯୮
