
ଶୁଭୁନାହିଁ ଆଉ ବୁଢ଼ା ସଙ୍ଖାରିର
ରୁଣୁଝୁଣୁ ଚୁଡି ସ୍ଵନ ଦେଖିବାକୁ ଆଉ ମିଳୁନାହିଁ ଜମା
ନାଲିଚୁଡା କଳା ଧାନ ।୧
ଚତୁର୍ଥୀଭାରରେ ଯାଉନି ନଡ଼ିଆ
ସାକର ଫେଣା କଦଳୀ
ମିଳୁନାହିଁ ଆଉ ସର ପୁଳି ପିଠା
ସମୟ ଗଲା ବଦଳି । ୨
ଆସୁନାହିଁ ଚିଠି ବିଦେଶ ରାଇଜୁ
ବେତାରରେ କାମଚାଲେ
ଗାଆଁ ଚାଟଶାଳୀ ଯାଇଛି ବଦଳି
ନାହିଁ ବରଗଛ ମୂଳେ । ୩
ନାହିଁ ଛେନା ପଣା ତେଲି ତେଲ ଘଣା
ପଉଷରେ ପୋଡ଼ପିଠା
କୁମ୍ଭାର ଗଢୁନି ମାଟିର କଣ୍ଢେଇ
ଆଧାର ହେଲା ତା ପିତା । ୪
ଚକୁଳିଆ ପଣ୍ଡା ଗାଉନାହିଁ ଗୀତ
ନାଉଁ ତୁମ୍ବା ହାତେ ଧରି
ହଳୁଆ ଗୀତକୁ ଗାଉନି କୃଷକ
ଋଣ କଥା ଚିନ୍ତା କରି । ୫
ଟୁକୁନା ସାହୁ । ସାନ୍ତରା ପଲ୍ଲୀ । ଗଞ୍ଜାମ
