
ଗୁଞ୍ଜନ ଛନ୍ଦରେ ଉତ୍ତାଳ ଭରେ,
ମଳୟ ପବନେ ପଣତ ମେଲେଇ
କେତକୀ ମନକୁ ନିଜର କରେ.
ଭଗୀରଥ ପ୍ରେମେ ଭାଗୀରଥୀ ଝରେ
ଶାନ୍ତିର ପ୍ରତିକ ପ୍ରୀତି ନୀର୍ଝରା,
ଝରିଝରି ଯାଏ ଚିରସ୍ରୋତା ସାଜି
ଜଗତ ମୋକ୍ଷଣୀ ପାବନୀ ଧାରା.
ଅଳକାନନ୍ଦାର ଝର୍ଝରୀତ ରାଗ
ପରଶେ ପଥର ଗାଉଛି ଗୀତି,
ଧୁଷର ଚ଼ଇତ ଶିଶିର ବଞ୍ଚୁଛି
ପବନ ସାଥିରେ ବାସର ପ୍ରୀତି.
ଦୁରୁ ପରବତ କୀରଟି ଉଠାଇ
ପଥିକ ମନରେ ବିଶ୍ୱାସ ଦିଏ,
ଷଢ଼ଋତୁ ସହି ପଥଧାରେ ରହି
ବୃକ୍ଷ ପଥିକକୁ ସାହସ ହୁଏ.
ଦୀଗନ୍ତ ବିସ୍ତାର ପରବତ ମାଳ
ମଧ୍ୟେ କ୍ଷୀପ୍ରଗାମୀ ଅଳକାନନ୍ଦା,
ପଶ୍ଚିମ ଆକାଶେ ଅସ୍ତଗାମୀ ରବି
ଆଭା ପ୍ରଦାୟିନୀ ଷୁସମା ସଂନ୍ଧ୍ୟା.
ମଝିରେ ତ୍ରିକୁଟ ହସି ଦେଖେ ଛବି
ହିମାଳୟ ଶିଖି କୈଳାଶେ ଚାହିଁ,
ବାରୁଣୀ ଗମ୍ୟନ୍ତେ ଦିନରାଜେ ଦ୍ଵିଜ
ଗଣେ କୋଳାହଳ ମନ କିଣଇ.
କଳକଳ ରାବେ ସପ୍ତଧାର ଭେଦି
ଅଳକାନନ୍ଦାରୁ ଜାହ୍ନବୀ ସାଜେ,
ସତ୍ତ୍ୱ ରଜ ତମ ତ୍ରିଧାରାର ସ୍ପର୍ଶେ
ପାପତାପ ହାରୀ ଗଙ୍ଗା ବିରାଜେ.
ସେହି ସଂନ୍ଧ୍ୟାକୋଳେ ଦ୍ଵୀଜ ରାଗୀଣିରେ
ହସ୍ତେ ଆରତ୍ରିକ ମୁଖେ ମଙ୍ଗଳ,
ଜନରବ ତୀରେ ସାନ୍ଧ୍ୟ ଦର୍ଶନରେ
ଗଙ୍ଗା ର ଆରତି କେଡ଼େ ମଞ୍ଜୁଳ.
ଦିବ୍ୟ ପ୍ରକୃତିର ପ୍ରାକୃତିକ ଶୋଭା
ଗଙ୍ଗାକୂଳ, ଗିରିମାଳର ତୀରେ,
ଆମୋଦିତ ଭରା ପ୍ରମୋଦ ପସରା
ହିମାଳୟୁ ଧରି କାହିଁ ସାଗରେ.
କେତେଯେ ବିଭବ, କେତେ ସନ୍ଦର୍ଭତା,
କେତେ ପୂଣ୍ୟପୀଠ ସେ ଗଙ୍ଗାତୀରେ,
ପାପତାପ ହାରି, ପୂଣ୍ୟ ଦାନମୟୀ
ଭାଗିରଥୀ ଠାରୁ ଗଙ୍ଗାସାଗରେ.
****************************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129
