
ଆସ କିଏ ଖାଇବ ହୋ
ଆମ ରାଇଜର ଦେଶୀ ଖାନା
ପଖାଳ ସାଙ୍ଗକୁ ଶାଗ ଭଜା ଆଉ
ତା' ସାଙ୍ଗକୁ ବଡି ଚୁନା II.....ହେ ଭାଇନା
ଆସ କିଏ ଖାଇବ ହୋ ...
ଦହି ସାଙ୍ଗକୁ ବାସି ପଖାଳ
ତା ସାଙ୍ଗକୁ ଆଚାର ,
ଶୁଖୁଆ ପୋଡା ଆଳୁ ଚଟଣି
ଭଜା ଚୁନା ମାଛର II
ଛୁଇଁ ବେସର କାକୁଡି କଟା
ବାଇଗଣ ଭରତା ...ହେ ଭାଇନା
ଆସ କିଏ ଖାଇବ ହୋ ....
ଆମ୍ବୁଲ ସଂଗେ ରସୁଣ ଦଳା
ତା ସଂଗେ କଞ୍ଚା ଲଙ୍କା,
ଚେନାଚୁର କୁ କଞ୍ଚା ପିଆଜ
ସାଥିରେ ଆଳୁ ଭଜା II
ଯିଏ ଖାଇଛି ସିଏ ଜାଣିଛି
କେମିତି ତାର ମଜ଼ା .. ...ହେ ଭାଇନା
ଆସ କିଏ ଖାଇବ ହୋ ....
କଲରା ଭଜା ବିଲାତି ଖଟା
କଦଳୀ ମଞ୍ଜା ରାଇ ,
ପତର ପୋଡା ପିତା ଶାଗକୁ
ସଜନା ମୁଗ ଜାଇ II
କଞ୍ଚା ଆମ୍ବର ଚଟଣି ଦେଖି
ମନ ଯାହାପାଇଁ .. ହେ ଭାଇନା
ଆସ କିଏ ଖାଇବ ହୋ ....
ଖାଇଲା ପରେ ଦହି ତୋରାଣି
କଂସାଏ ପିଇ ଦେବI,
ପେଟ ବି ଥଣ୍ଡା ମନ ସନ୍ତୋଷ
ଶାନ୍ତିରେ ଶେ।ଇ ଯିବା II
ଗରମ ଦିନ ପାଇଁ ଏ ଖାନା
ସବୁଠାରୁ ନିଆରା ..ହେ ଭାଇନା
ଆସ କିଏ ଖାଇବ ହୋ ...
ଢ଼ାବା ଖାନା କି ହୋଟେଲ ଖାନା
ତା ସମ ନାହିଁ କେହି ,
ଖାଇବ ଯିଏ ଝୁରିବ ସିଏ
ଜମା ଭୁଲିବ ନାହିଁ II
ତିନି ତାରକା ପଞ୍ଚ ତାରକା
ସବୁ ପାଶୋରି ଦେବ .....ହେ ଭାଇନା
ଆସ କିଏ ଖାଇବ ହୋ ...
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
