ଅଲୋଡା ବସନ୍ତ - ସୁଧାକର ସେଠୀ

0
ତୁମେ ଗଲାପରେ ସରାଗ ହଜିଛି
ବସନ୍ତ ଲାଗୁଛି ଫିକା
କୋଇଲିର କୁହୁ ଦେଉଛି ଯାତନା
ହଳଦୀବସନ୍ତର ହଳଦୀ ମଖା

ପଳାଶ ଫୁଲର ରଂଗ ବୋଳା ଦେହ
କୃଷ୍ଣଚୁଡାର ସେ ହସ
ଶିରିଷା ଫୁଲର ଉଜାଣିଆ ବେସ
ମନେ ଦେଉଛି କଷ୍ଟ

ନଦୀ କୁଳୁକୁଳୁ ପବନର ଗୀତ
ଲାଗୁଛି ଆଜି ଦିଗହରା
ତୁମ ଅନୁପସ୍ଥିତି ଦେଉଛି ଯାତନା
ମନରେ ଜଳୁଛି ନିଆଁ

ଏସନ ହୋଲି ରହିଲା ଅଧୁରା
ଦେହେ ପଡିନି ଅଭିର
ରଂଗହୀନ ଏଜୀବନେ ମୋର
ଖୁସିତ ନେଇଛି କବର

କୋଇଲି ପୂଜାରେ ଫୁଲ ତୋଳିବାକୁ
ହେଉ ନାହିଁ ଆଉ ଇଛା
ମୁଚୁକୁନ୍ଦ ତରାଟ ସେମିତି ରହିଛି
ବସିଛି କରି ଅନିସା

କେତେଥର ଗଢି କେତେଥର ଭାଙ୍ଗିଛି
ମାଟିର କୋଇଲି ମୂରତି
ଅଧାଗଢା ହୋଇ ରହିଛି ଆଜିଭି
ଚାହିଁଛି ସେ ତୁମ ସାଥିକି

ଉଡା ଯାତରେ କେତେ ସରାଗ
ଏସନ ତ ଯିବି ନାହିଁ
ଯଦି ଶାନ୍ତି ପାଉଛ ମୋଠୁ ଦୁରେଇ
ସ୍ମୃତି କିଛି ରଖିବି ନାହିଁ
           😭
ଜମ୍ବେଶ୍ବରପୁର,ବାଲେଶ୍ବର
ଦୂରଭାଷ:-୮୨୪୯୩୬୯୪୬୬
🔸🔸🔸🔸🔸🔸🔸
Sent from my Samsung Galaxy smartphone.

Post a Comment

0Comments
Post a Comment (0)