
ବସନ୍ତ ଆସିଛି ପାହାନ୍ତି କାକରେ
କିସୁନ୍ଦର ଦିଶେ ଶୋଭା
ଭିଜାଭିଜା ସେ ଆଖିର ପଲକେ
କେ ବର୍ଣ୍ଣିପାରିବ ତା ଆଭା
ହଳଦୀ ବସନ୍ତ ପିନ୍ଧି ପିତପାଟ
ଗହନ ବନେ ଖେଳେ ଦୋଳି
ପଳାଶ ଫୁଲର ସମ୍ଭାର ନେଇ
ହସଇ ଧରଣୀ ରାଣୀ
ପେନ୍ଥି ପେନ୍ଥି ଆମ୍ବର ବଉଳ
ସୁବାସେ ଚହଟେ ଦିଗ
ଲାଜୁଆା ଲାଜୁଆ ଆଖିକୂ ଦେଖିଲେ
ମନରେ ଜାଗେ ସରାଗ
ତୁମ ଆଗମନେ ବାଡି ବଗିଚାରେ
ସଜାଇ ରଖିଛି କୋଇଲି ତାନ
ପ୍ରକୃତି ରାଣୀ ର ମନଛୂଆଁ ରୂପ
ଉଚ୍ଛୁଳି ଉଠେ ତା ନବଯୌବନ
ନାନାରଂଗେ ରଙ୍ଗି ପ୍ରକୃତିରାଣୀ
ପାଳିଛି ଦୋଳ ଯାତ
ଅଗିରା ପୂର୍ଣ୍ଣମୀ ଅଗ୍ନିଉତ୍ସବରେ
ଜଳାଇ ଦେଇଛି ତ୍ରାସ
ଜାଗରଯାତରେ ବିନିଦ୍ର ରଜନୀ
ପ୍ରକୃତି ହସେ ମୁରୁକି
ବସନ୍ତ ବସନ୍ତେ ଶିବ ଆଗମନ
ସୁନ୍ଦର ଦିଶେ ଧରିତ୍ରୀ
ପ୍ରକୃତିରାଣୀର ଭବ୍ୟ ସମ୍ଭାରେ
ଜଗତ ଆଜି ବିମୋହିତ
ଜୟଜୟକାରେ ମେଦିନି କମ୍ପୁଛି
ଜୟହେଉ ଋତୁରାଜ ବସନ୍ତ
କପ୍ତିପଦା, ମୟୁରଭଞ୍ଜକିସୁନ୍ଦର ଦିଶେ ଶୋଭା
ଭିଜାଭିଜା ସେ ଆଖିର ପଲକେ
କେ ବର୍ଣ୍ଣିପାରିବ ତା ଆଭା
ହଳଦୀ ବସନ୍ତ ପିନ୍ଧି ପିତପାଟ
ଗହନ ବନେ ଖେଳେ ଦୋଳି
ପଳାଶ ଫୁଲର ସମ୍ଭାର ନେଇ
ହସଇ ଧରଣୀ ରାଣୀ
ପେନ୍ଥି ପେନ୍ଥି ଆମ୍ବର ବଉଳ
ସୁବାସେ ଚହଟେ ଦିଗ
ଲାଜୁଆା ଲାଜୁଆ ଆଖିକୂ ଦେଖିଲେ
ମନରେ ଜାଗେ ସରାଗ
ତୁମ ଆଗମନେ ବାଡି ବଗିଚାରେ
ସଜାଇ ରଖିଛି କୋଇଲି ତାନ
ପ୍ରକୃତି ରାଣୀ ର ମନଛୂଆଁ ରୂପ
ଉଚ୍ଛୁଳି ଉଠେ ତା ନବଯୌବନ
ନାନାରଂଗେ ରଙ୍ଗି ପ୍ରକୃତିରାଣୀ
ପାଳିଛି ଦୋଳ ଯାତ
ଅଗିରା ପୂର୍ଣ୍ଣମୀ ଅଗ୍ନିଉତ୍ସବରେ
ଜଳାଇ ଦେଇଛି ତ୍ରାସ
ଜାଗରଯାତରେ ବିନିଦ୍ର ରଜନୀ
ପ୍ରକୃତି ହସେ ମୁରୁକି
ବସନ୍ତ ବସନ୍ତେ ଶିବ ଆଗମନ
ସୁନ୍ଦର ଦିଶେ ଧରିତ୍ରୀ
ପ୍ରକୃତିରାଣୀର ଭବ୍ୟ ସମ୍ଭାରେ
ଜଗତ ଆଜି ବିମୋହିତ
ଜୟଜୟକାରେ ମେଦିନି କମ୍ପୁଛି
ଜୟହେଉ ଋତୁରାଜ ବସନ୍ତ
