ଟିକି ଚଢ଼େଇ - ରଞ୍ଜନ କୁମାର ନାୟକ

0

ଟିକି ଚଢ଼େଇ ଆଜି କରିଛି ପଣ
ଉଡିବ ଆକାଶେ ଡେଣା ମେଲିଣ

ଛୋଟ ଦେହକୁ ସୁନ୍ଦର ଥଣ୍ଟ
ବଡ଼ ମନୋହର ତା ସୁରିଲା କଂଠ

ପୋକ ଜୋକ ମାରି କରେ ଆହାର
ପରିବେଶକୁ ରଖିଥାଏ ସଫା ସୁତର

ଛୋଟ ସିନା ସିଏ ଭାରି ସାହସୀ
ରାବ ଦିଏ ଗଛ ଉପରେ ବସି

କେହି କାରିଗର ନୁହେଁ ତା ଠାରୁ ବଡ଼
କାଠି କୁଟା ନେଇ ଗଢିଥାଏ ନୀଡ଼

ଟିକି ଚଢ଼େଇଠୁ ଆମେ ଶିକ୍ଷା କରିବା
ଦିନ ରାତି ପରିଶ୍ରମ କରିବା

ଦେଶ କୁ ଆମର ଆଗେଇ ନେବା
ସାରା ପୃଥିବୀରେ ଟେକ ରଖିବା  ।

Ranjan Kumar Naik
Angul
Teacher in Govt Primary School
Biramaharajpur

Post a Comment

0Comments
Post a Comment (0)