
ଜୀବନ ଟା ଏକ ରାସ୍ତା ହେଲେ
ଆମେ ସବୁ ବାଟୋଇ
ରାସ୍ତାର ଆରମ୍ଭ ଏନ୍ତୁଡି ଶାଳରୁ ହେଲେ
ଶେଷ ହୁଏ ମୃତ୍ୟୁ ହୋଇ.
କେତେ ଘଟଣା ସ୍ମୃତି ହୁଏ
କେତେ ପୁଣି ହୁଏ ବିସ୍ମୃତି
ସ୍ମୃତି ବିସ୍ମୃତି ସବୁ ରହିଯାଏ
ଆଖିରେ ଛବି ହୋଇ
କେତେ ଚି଼ହ୍ନ ରହିଯାଏ
ଛାତି ତଳ ଗାର ହୋଇ
ତଥାପି ଚାଲିଛି ଚାଲିଥିବ
ଜୀବନ ଶୁନ୍ୟ ପଥ ର ଯାତ୍ରୀ ହୋଇ
ସୁଖ ଆସେ ଦୁଃଖ ଆସେ
ମୁଦ୍ରା ର ଦୁଇ ପାଖ ହୋଇ
ତଥାପି ନିଶ୍ୱାସ ଚାଲିଛି
ସ୍ମଶାନ ର ବାଟ ଚାହିଁ.
ମିତାଲି ରାଉତ
ଯାଜପୁରରୋଡ
