
ପାଇକ ମାଟିର ବୀର ସନ୍ତାନକୁ
କରି କୋଟି ଦଣ୍ଡବତ।
ଅଠରାଙ୍ଗ ମାଟି ବାହୁନି କାନ୍ଦୁଛି
ତୁମକୁ ଝୁରି ହେମନ୍ତ ।।
ଦୁଇ ଶହ ବର୍ଷ ପୂର୍ବର ଗାରିମା
ପାଇକ ବିଦ୍ରୋହ ଆମ।
ଯୋଦ୍ଧୃ ଜାତିର ରୋମନ୍ଥନ କରି
ରଖିଲ ପାଇକ ମାନ।।
ମାଟିରେ ଜନମି ମାଟି ମାଆ ପାଇଁ
ଦେଲ ପ୍ରାଣ ବଳିଦାନ।
ହେମନ୍ତ ହେ ତୁମେ ଆମରି ଗୌରବ
ଲାଲ୍ ମାଟି ସନମାନ।।
ହେ ଚିର ଅମ୍ଲାନ ତୁମ ବଳିଦାନ
ଏ ମାଟି ଭୁଲିବ ନାହିଁ।
ଥିବା ଯାଏଁ ଚନ୍ଦ୍ର ସୂର୍ଯ୍ୟ ଆକାଶରେ
ରହିବ ଅମର ହୋଇ।।
ତୁମରି ନିଧନେ ଅଶ୍ରୁଳ ନୟନେ
କରେ ପ୍ରଭୁ ପାଦେ ଅଳି।
ଦୁର୍ଜୟ ବୀରହେ ଫେରିଆସ ପୁଣି
ଜାତି ପ୍ରେମ ବହ୍ନି ଜାଳି।।
ଗୋପୀନାଥ ସେଠୀ
ସଭାପତି, କୃଷ୍ଣଚୂଡା ସାହିତ୍ୟ ସଂସଦ, ବାଘମାରୀ, ଖୋର୍ଦ୍ଧା
