ଶରଣ - ରମାକାନ୍ତ ମିଶ୍ର

0

ଫୁଲ ତୋଳିଲା ବେଳେ
ମନେ ହୁଏ ଫୁଲ ସବୁ
ଡେଇଁ ଡେଇଁ ପାଖକୁ ଆସୁଛଂତି
ପଛ ପାଖରେ ଲୁଚି ରହି ଥିବା
ଫୁଲ ଗୁ଼ଡିକ ମନେ ହୁଏ
ଆଗ୍ରହରେ ଡେଇଁ ପଡୁଛଂତି
ଯେମିତି ତାଂକୁବି କେହି
ଶୀଘ୍ର ତୋଳି ନେଇ ଯାଉ
ଫୁଲ କୁ ବି ଜଣା ଅଛି
ମୁଁ ଏଠୁ ଗଲେ
ଭଗବାନଂକ ମସ୍ତକରେ
ଶୋଭା ପାଇବି
ସମସ୍ତଂକର ଇଚ୍ଛା
ଭଗବାନଂକ ସାଂଗରେ
ମିଶି ରହିବା ପାଇଁ
ଫୁଲ ଯେପରି ତୋଳି
ହୋଇ ଯିବା ପାଇଁ
ନିଜେ ନିଜେ ଆତୁର ହୁଏ
ମଣିଷ ମଧ୍ୟ ପାକଳ
ବୟସରେ ଆତୁର ହୁଏ
ଭଗବାନଙ୍କ ଶରଣାଗତ ହେବାକୁ |

ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)