କରିବା ତାଙ୍କୁ ଆଦର - ପ୍ରଦ୍ୟୁତ କୁମାର ମହାଖୁଡ଼

0

ଉଦିତ ସୂର୍ଯ୍ୟ ଯେ ଅସ୍ତମିତ ହେବ
ଏ ପ୍ରାକୃତିକ ବ୍ୟବସ୍ଥା
ମନୁଷ୍ୟ ଜୀବନେ ସାୟାହ୍ନ ସମୟେ
ଆସେ ଚତୁର୍ଥ ଅବସ୍ଥା ।।
ଶୈଶବ କୈଶୋର ଯୌବନ ସରିଲେ
ବାର୍ଦ୍ଧକ୍ୟ ରେ ଉପନୀତ
ଚିନ୍ତନ କରିବା ବରିଷ୍ଠ ହୋଇବେ
ସମାଜରେ ସୁରକ୍ଷିତ ।।
ତାଙ୍କ ଅଭିଜ୍ଞତା ଦିଏ ମହାନତା
ଅଶେଷ ମଙ୍ଗଳ କାରୀ
ନ କରିଣ ହେଳା ଯତ୍ନ ନେବା ସିଏ
ନୁହଁନ୍ତି ଅଦରକାରୀ ।।
କାନ୍ଧେ ଭାର କରି ଧରି ପିତା ମାତା
ଶ୍ରବଣ ତୀର୍ଥ ଭ୍ରମଣ
ପିତ୍ରୁ ସତ୍ୟ ପାଳି ପ୍ରଭୁ ରାମଚନ୍ଦ୍ର
ବନେ କରିଲେ ଗମନ ।।
ଅନୁଭବି ଠାରୁ ଶିକ୍ଷା ଲଭି ଆମେ
ଜ୍ଞାନ ହୋଇବ ସୁନ୍ଦର 
ବରିଷ୍ଠ ନାଗରିକ ଙ୍କ ଯତ୍ନ ନେବା
କରିବା ତାଙ୍କୁ ଆଦର ।।

ପ୍ରଦ୍ୟୁତ କୁମାର ମହାଖୁଡ଼
ବିଜ୍ଞାନ ଶିକ୍ଷକ, ପଞ୍ଚାୟତ ଉଚ୍ଚବିଦ୍ୟାଳୟ,
ଇଚ୍ଛାବତୀପୁର, ଢେଙ୍କାନାଳ

Post a Comment

0Comments
Post a Comment (0)