ଚୌପଦୀ - ବସନ୍ତ ବିରହୀ ଅନୁଚିନ୍ତା - ବିଷ୍ଣୁ ପ୍ରସାଦ ମିଶ୍ର

0

॥ ରାଗ - ଆଶାବରୀ ॥ ତାଳ - ତ୍ରୀପୂଟା ॥

ସଜନୀ ରେ ଆଜ, ଦେଖ ଏ ରଜନୀ,
କିରଣେ,
ହଜାଏ, ମନ............(ଘୋଷା),
ମରମ ଦହୁଛି, ସରମ ସପନେ,
ସଧିରେ,
ଘାରେ ମଦନ............
ସଜନୀରେ ଆଜ, ଦେଖ ଏ........(ପଦ) .୦.

କଥା ଥିଲା ଯାହା, ବିଜନେ ସଜନୀ,
ମନ ର,
ଗୋପନ ଭାଷା.....
ସରି ଯାଉଥିବ, ବିଦେଶୀ ବନ୍ଧୁ ରେ,
ବାନ୍ଧିବା, ଅସରା ଆଶା,....
ଆଶା ରେ, ବିତେ ଯା ଦିନ............ . ୧.

ଇତର ବୋଲି ମୁଁ, ଇଙ୍ଗିତେ କହିଲି,...
କଲେ କି ମନେ, ଗୁମାନ.....
ମନ ଖୋଜି ଆଜି, ସାଜିଛି ଚକୋରୀ,
ଚାନ୍ଦିନୀ, ଦିଏ କଷଣ,
ସତେକି, ବଞ୍ଚିବ ପ୍ରାଣ................... ୨.

ଅଙ୍ଗେ ଶୀତଳତା, ସାଧେ ବିଜନତା,
ଶୀତଳ, ଚନ୍ଦ୍ରାତପ ରେ,.....
ତାପିତେ ପରାଣ, ତିକ୍ତ ସାଜେ ମନ,
ମାନି "ଯା" , ମନକୁ ମାରେ,
ଧିକ ଏ, ନାରୀ ଜୀବନ.................... ୩.

ସତେକି ବିଦେଶୀ, ମୋ ପୁରକୁ ଆସି,
ଶୋଷ କୁ, ନାଶନ୍ତେ ହେଳେ,
ହୁଅନ୍ତି ମୁଁ ଦସୀ, ଦାସ ଛନ୍ଦେ ଭାଷି,
ହସି କି, ବସାନ୍ତେ କୋଳେ,
ଲଜ୍ଜିତ, ହ୍ୱନ୍ତା ମଦନ......................... ୪.

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ

Post a Comment

0Comments
Post a Comment (0)