
ବଇଁଶୀ ବଜା'ନା କାଳିଆ .............କାଳିଆ ସୁନା
ବଇଁଶୀ ବଜା'ନା କାଳିଆ
ଶୁଣି ତୋ ବଇଁଶୀ ସ୍ଵନ ଅଧୀର ମୋ ତନୁ ମନ
ମାଗୁଣି ମୋ କର ଘେନା
ଘନ କାଳିଆ
ବଇଁଶୀ ବଜା'ନା କାଳିଆ (୦)
ବଙ୍କା ଅଧରେ ମଧୁର ହସ ର ଧାର,
ରଙ୍କା ରଙ୍କା ଆଖି ତଳୁ ପୀରତି ତୀର।
ଜଳାଏ ଜୀଗର ମୋର
ରତୀ ରସିଆ
ବଇଁଶୀ ବଜା'ନା କାଳିଆ............କାଳିଆ ସୁନା
ବଇଁଶୀ ବଜା'ନା କାଳିଆ(୧)
ଢଳ ଢଳ ଆଖି ତଳେ ଅନେକ ଆଶା,
ମନେ ଭରି ଦିଏ ଭାରି ମିଳନ ଆଶା।
ହଜାଉ ଚିତ୍ତୁ ଚେତନା
ବାଙ୍କ ଚୁଳିଆ
ବଇଁଶୀ ବଜା'ନା କାଳିଆ...........କାଳିଆ ସୁନା
ବଇଁଶୀ ବଜା'ନା କାଳିଆ(୨)
କେତେ କିମିଆଁ ଜାଣିଛୁ କଳା ମାଣିକ,
ମାୟା ବନ୍ଧନେ ବାନ୍ଧିଛୁ ଜଗତ ଯାକ।
ମତି ଗତି ହରି ନେଉ
ବନ ମାଳିଆ
ବଇଁଶୀ ବଜା'ନା କାଳିଆ...........କାଳିଆ ସୁନା
ବଇଁଶୀ ବଜା'ନା କାଳିଆ(୩)
ଯେତେ ଦେଖିଲେ ତୋ ରୂପ ମନ ଭରେନା,
ମରେନା ମନୁ କାମନା ଆଶା ସରେନା
କଣ୍ଠି ଗଣ୍ଠି ମାଳା କାହ୍ନା
ଶିଖୀ ଚୁଳିଆ
ବଇଁଶୀ ବଜା'ନା କାଳିଆ...........କାଳିଆ ସୁନା
ବଇଁଶୀ ବଜା'ନା କାଳିଆ(୪)
ଭିଜେଇ ଦେଏ ତୋ ରଙ୍ଗେ ରଙ୍ଗା ଅଧର,
ହଜେଇ ଦେଏ ତୋ ଅଙ୍ଗେ କଳା ଠାକୁର।
ଶେଷ ଶ୍ବାସ ପାଶ ହେଲା
ନିଳାଚଳିଆ।
ବଇଁଶୀ ବଜା'ନା କାଳିଆ.............କାଳିଆ ସୁନା
ବଇଁଶୀ ବଜାନା କାଳିଆ(୫)
Baman Chandra Dixit
Suryamani villa, Hemunagar, Bilaspur Chhattisgarh
