ଅନ୍ତହୀନ ଅପେକ୍ଷା - ଶ୍ରାବଣୀ ନାଥ

0

ସବୁ ତ ତୁମ ଅପେକ୍ଷାରେ ଅଛନ୍ତି
ମୋ ନୀଳ ନୀଳ ଢେଉ
ଅଶାନ୍ତ ଜୁଆର
ମୋ କୂଳର ବାଲିରେଣୁ
ମୋ ଗର୍ଭସ୍ଥ ଶୈବାଳ ସମୁହ
ମୋ ସୀମାହୀନ ଆକାଶ,
ଝିଲମିଲ ତାରାଗଣ
ପାହାନ୍ତିଆ କୁଆଁତାରା
ଜହ୍ନ ଆଉ ପୁଣି ତା’
ଉପରେ ଭାସୁଥିବା ପରସ୍ତ ପରସ୍ତ ମେଘ
ମୋ ବଣର ଶିଆଳି ଲତା ବି
ଏ ଗଛରୁ ସେ ଗଛକୁ
ମାଡି ଚାଲିଛି ତୁମ ଅପେକ୍ଷାରେ
ଜାଣିଜାଣି ରଂଗହୀନ ହେଉଛନ୍ତି
ମୋ ବଗିଚାର ଫୁଲ, ପ୍ରଜାପତି
ମୋ ଆକାଶର ସାତରଙ୍ଗ ଇନ୍ଦ୍ରଧନୁଟା ବି
ଆଉପୁଣି ମୋ ବାଡିର ଶେଫାଳି,
ଜାଣିଶୁଣି ବାସ୍ନା ସାରୁଛି ଭିଜାମାଟି ଦେହେ
ସେ ପୁଣି ତୁମ ଅପେକ୍ଷାରେ
ତୁମ ନିରବ ବିଦାୟର ଭାଷା
ମୁଁ ସିନା ବୁଝିଗଲି
କୁହ, ଏମାନଙ୍କୁ କେମିତି ବୁଝାଇବି
ତୁମ ଅପେକ୍ଷାର ଅନ୍ତନାହିଁ ବୋଲି ।

Post a Comment

0Comments
Post a Comment (0)