
ତୁମ ସହରରେ ଜହ୍ନ ଉଏଁ ସତ
ମୋ ଗାଆଁରେ କିନ୍ତୁ ହସେ
ତୁମ ସହରରେ ଫୁଲ ଫୁଟେ ସତ
ମୋ ଗାଆଁରେ କିନ୍ତୁ ବାସେ ।
ତୁମ ସହରରେ ରାତିହୋଇଗଲେ
ଜଳଇ ଵିଜୁଳିବତୀ
ମୋ ଗାଆଁରେ ରାତି ହୋଇଗଲେ
ତାରା ଆସୁଥାଏ ନିତି
ତୁମ ସହରରେ ମେଘ ଉଠେଇଲେ
ମୋ ଗାଆଁ ମୟୁରୀ ନାଚେ ।।
ତୁମ ସହରରେ ଫଗୁଣ ଆସିଲେ
ଶୁଭେନା କୋଇଲି ହସ
ମୋ ଗାଆଁରେ ତ ବସନ୍ତ ବହିଲେ
ଝରେ ବଉଳର ବାସ
ଠିଆ ହୋଇଥିବା ତୁମ ସହରଟା
ମୋ ଗାଆଁ ଗହୀରୁ ଦିଶେ ।।
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
