
ମୋ ମନ ଆକାଶ ଦୂର ଦିଗ୍ ବଳୟ
ଅଙ୍କି ବାକୁ ଏକ ସୁନ୍ଦର ଚ୍ଛବି
ତୁମେ ହେବ ମୋର ସ୍ଵପ୍ନ ଇନ୍ଦ୍ରଧନୁ
ଭବରେ ବିହ୍ଵଳ ହୋଇବେ କବି
ମୋ ରଙ୍ଗ ତୂଳୀରେ ତୁମ ରଙ୍ଗ ଛିଟା
ଆଙ୍କି ଦେଲେ ଚ୍ଛବି ତପ୍ତ ଭାସ୍କର
ସେ ରବି କିରଣ ତୀର୍ଯ୍ୟକ ରଶ୍ମିରେ
ଭରା କ୍ରାନ୍ତ ମୋର ମନ ଶରୀର
ବାଘ ନିଶ ହଲା ନାରଙ୍ଗୀ ରଙ୍ଗରେ
ବସ୍ତ୍ରାବୃତ୍ତ ତୁମ ବକ୍ଷ ଯୁଗଳ
ବରଷା ଛିଟା ର ମୋତି ମାଣିକ୍ୟ ର
ଦିବାକର କର ଢାଳେ ଉଜ୍ଜ୍ଵଳ
ଶିକ୍ତ ବସ୍ତ୍ର ପିନ୍ଧି ଗିରି ଶିଖରରେ
ପାଦ ଥାପ ଯେବେ ହେ କୋମଳାଙ୍ଗୀ
ଅପଲକ ନେତ୍ରେ ଭାବ ବିହ୍ଵଳ ରେ
ଅପାଶୋରା ତୁମ ନର୍ତ୍ତନ ଭଙ୍ଗି
ଅନିନ୍ଦ୍ୟ ସୁନ୍ଦର ବେଶ ପରିପାଟି
ଆନ୍ଦୋଳିତ କରେ ମନ ଓ ପ୍ରାଣ
ଚପଳ ମାନବ ଚପଳତା ଜ୍ଞାନେ
ହରସେ ମନରେ କରେ ଗମନ
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
