
ଛାତି ଭିତରେ ହୃଦୟ ତଳେ
ଛଟିଆ ରକତ ସିନ୍ଧୁ
ସେଇ ସିନ୍ଧୁରୁ ଟୋପାଏ ବିନ୍ଦୁ
ଦେବିଲ ତୋ ମଥାରେ
କରିନେବିଲ ସାର ଜୀବନ
ତତେ ମୋ ପ୍ରାଣ ମଇନା
ତୁ ମୋର..........
ମନ ମଇନା.......... ।
ଭାବିଲେ ଲଗୁଛି ସରଗ ପରିଟେ
ଫିକା ପଡିଯିବେ ତୋ ଆଗେ
ପାଦରେ ପାଉଁଜି ହାତରେ କଙ୍କଣ
ଦେବିଲ ମଥାରେ ଟୋପାଏ ସିନ୍ଦୁର
ବର ହେଇଯିବି ତୋ ଘରକୁ ଗୋରୀ
ସଜେଇ ହେଉଛୁ ରାଣୀ
ରାଜା ରାଣୀ ଖେଳ ଆରମ୍ଭ ହେଲା ଲୋ
ଖେଳୁ ଥିବ ସାଥି ହୋଇ
ସାତ ଜନମକୁ ସାତ ଥର କରି
ବାଣ୍ଟି ନେବା ଆମେ ଦୁହେଁ
ଦେଖିବ ଦୁନିଆ ପ୍ରେମକୁ ଆମରି
ଭୁଲିବେ ନାହିଁ ହୃଦେ
ଦେଇଛି ସିନ୍ଦୁର କରିବୁ ସମ୍ମାନ
ନ କରିବୁ ଅପମାନ
ଲାଗଇ ସିନ୍ଦୁର ତିନୋଟି ଅକ୍ଷର
ଲାଗି ପଡୁଥାଇ ସ୍ୱର୍ଗ
ଜୀବନ ଅଙ୍କରେ ନୁହେଁ ଭାଗଶେଷ ନୁହେଁ ଭାଗଫଳ
ରହିଲା କେବଳ ଟୋପାଏ ସିନ୍ଦୁର ॥
Alok Kumara Pandit
At/Po- Ghosar, PS-Kishorenagar, Dist-Angul
