
ଦୀନବାନ୍ଧବଙ୍କୁ ଡାକୁଛି ଦୀନ
ହୃଦୟକୁ ଦେଇ ଭେଟି ,
କମଳାବରଙ୍କ ପଦ ଯୁଗଳରେ
ସମର୍ପି ଏଇ ମନଟି....
ଜଣାପଡିବନି କେଜାଣି କେମିତି
ଏଦେହ ମିଶିବ ମାଟି ,
ଜୀବନ ଜୀବିକା ସାଥେ ଖେଳୁଖେଳୁ
ପହଞ୍ଚି ଯିବ କାଳଟି....
ମୀନ ଅବତାରୀ ମୋ ମିନତୀ ଘେନି
ସେକାଳେ ସାହା ହେବଟି ,
କୃପାନିଧାନଙ୍କ କୃପାରେ ଛାଡନ୍ତା
ଜୀବନ ପ୍ରାଣବିନ୍ଦୁ ଟି....
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ
