ଓଁକାର ବ୍ରହ୍ମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ବ୍ରହ୍ମ ରୁ ଓଁକାର ଶବ୍ଦ ହେଉଅଛଇ ନିର୍ଗତ
ଉଲ୍ଲସିତ ଅନୁଭବେ ପ୍ରାଣ ହୁଏ ଅଭିଭୁତ
ପୂତମୟ ହୋଇଉଠେ ଏ ସାରା ଜଗତ୍ର  ।।

ବ୍ରହ୍ମ ମୟ ମୁହୁର୍ତ୍ତ ରେ ସୁରୂଯ ଉଦିତ
ସାୟଂ ମୂହୁର୍ତ୍ତ ରେ ଉଦେ କୁମୁଦ ବାନ୍ଧବ
ପ୍ରଭାତେ ପ୍ରଦୋଷେ ମନ ହୁଏ ସୁରଭିତ  ।।

ପାହାନ୍ତିଆ ତାରା ପୁଣି ଡାଆଣିଆ ଖରାତ
ଦିବସ ସୂରୁଯ କର  ରଜନୀ ଜ୍ୟୋତ୍ସ୍ନା ବିଧୈ।ତ
କରି ସଂସାର କରୁଛି ପରା ବିମୋହିତ  ।।

ରଙ୍ଗ ବେରଙ୍ଗ ରଙ୍ଗର ଫୁଲ ପ୍ରଷ୍ଫୁଟିତ
ହୁଏ ଦିବା ରଙ୍ଗମୟ ପ୍ରସୁନେ ଶୋଭିତ
ଶୁଭ୍ରପୁଷ୍ପ ସଉରଭେ ରାତ୍ରି ବିହ୍ଵଳିତ  ।।

ଓଁକାର ଶବଦ ଶକ୍ତି କରେ ପ୍ରଭାବିତ
ତା ପ୍ରଭାବେ ଏ ଜଗତ ହୁଏ ପ୍ରଭାୟୀତ
ପ୍ରଫୁଲ୍ଲ ଫୁଲ ଅଞ୍ଜଳୀ ଘେନ ପ୍ରାଣକାନ୍ତ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)