ନବବର୍ଷର ଚିନ୍ତନ - ରମାକାନ୍ତ ମିଶ୍ର

0

ଜିଞାସାରେ ଭରି ଉଠେ ମନ
କେମିତି କଟିବ ଆଗାମୀ ଦିନ
କେମିତି ଚାଲିବ ଜୀବନ ନାବ
ଏ ସାରା ୨୦୧୯ ବର୍ଷ ତମାମ
ଆଜି ବର୍ଷଟିର ପ୍ରଥମ ଦିନ
ତେଣୁ ମନ ମଧ୍ୟେ ଏ ଚିଂତନ
ଏ ଚିଂତନ ର ନାହିଁ ଅବସାନ
ଏ ଚିଂତା ଥିବ ସାରା ଜୀବନ
ହେଉ ଏହା ବର୍ଷର ପ୍ରଥମ ଦିନ
ଅବା ହେଉ ଅନ୍ୟ କୌଣସି ଦିନ
କୁରୁଖ୍ୟେତ୍ର ଯୁଦ୍ଧର ପ୍ରଥମ ଦିନ
ଧୃତରାଷ୍ଟ୍ରଂକ ମନ ଥିଲା ଉଛ୍ଛନ୍ନ
ସଦା ହୁଏ ଧର୍ମର ଜୟଗାନ
ଧର୍ମ ନୁହେଁ ଏହା ଆମ କର୍ମ ମାନ
କର୍ମ ଉତ୍ତମ ଜୀବନର ସୋପାନ
ଆଜିର ଜିଞାସା ଅଟେ ଅର୍ଥହୀନ |

ଶ୍ରୀ ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)