
ଅନ୍ତର ବେଦନା ସହି ଯାଏ ସିଏ
ଚକ୍ଷୁର ପାଣିକୁ ଲୁଚାଇ ,
ଶ୍ରମରେ ନିଇତି କାତର ହୁଅଇ
ସବୁକିଛି ଭୁଲି ଯାଇ ।
କେବେ'ସେ ଜନନୀ କେବେ ଭଗିନୀ
କେବେ ପୁଣି ହୁଏ ଜାୟା ।
ମମତାର ସେ ମନ୍ଦିର ଅଟଇ
ସର୍ବେ ଖୋଜନ୍ତି ତା ଛାୟା ।
ଅବଳା ନୁହେଁ ସେ ନୁହେଁ ଦୁର୍ବଳା
ତଥାପି କଷଣ ସହେ ।
ଯେଉଁଠି ଯେଉଁଠି ଲୁହ ସେ ଝରାଏ
ରକତ ର ନଦୀ ସେଇଠି ବହେ ।
କେବେ କାଳୀ କେବେ ସେ ଦ୍ରୌପଦୀ
କେବେ ପୁଣି ସାଜି ସୀତା ।
ଦୁନିଆଁରେ ସେ ବାଣ୍ଟି ଚାଲି ଥାଏ
ସ୍ନେହ ମମତାର ସୁଧା ।
ପତି ପାଖେ କେବେ ସାଜେ ସୁହାଗିନୀ
କେବେ ପୁଣି ଝାନସୀ ରାଣୀ ।
ସବୁଠି ତାହାର ଜୟ ଜୟ କାର
ତା ପାଇଁ ପୁଣି କେତେ କାହାଣୀ ।
ସାଜେ କେବେ ଆମ ପାଇଁ ଭଉଣୀ
କେବେ ସେ ସାଜେ ପ୍ରେମିକା ରାଣୀ ।
କେବେ ପୁଣି ସାଜି ଆମରି ମା
ଜଗତ ଆଗରେ ହୋଇଛି ଠିଆ ।
ଟୁକୁନା ସାହୁ
ସାନ୍ତରା ପଲ୍ଲୀ, ଗଞ୍ଜାମ
