
ଇଂଲଣ୍ଡ ବଅନ୍ଦ ଆମେରିକା ବନ୍ଦ
ଶୁଣିନାହିଁ କେବେ କାନ
ମାସେ ଦି'ମାସରେ ଭାରତବଅନ୍ଦ
ଡାକ ଦ୍ଯନ୍ତି ପଲ୍ଟିସ୍ଯାନ
ଚକ ଅଖ ବଂଦ ପୁଣ
କି'ଲାଭ ହୁଅଇ ଭାରତ ମାଆର
ନାହିଁ ଖାତା ଖତିଆନ ।।
ଟାୟାର ଜାଳିବା ମୁଣ୍ଡ ଫଟେଇବା
ପୋଡାଜଳା କେତେ କଣ
ହିସାବ ଦେବେକି ନେତାଓମନ୍ତିରୀ
ଭିତିରିଆ ଲାଭ କ'ଣ
ଶାସକ ବିରୋଧୀ ଶୁଣ
ବିନା ପରିଶ୍ରମେ ଫଳେନାହିଁ ଫଳ
ବେଳୁଁ ହୁଅ ସାବଧାନ ।।
ଟ୍ରେଡ ଇଉନ୍ୟିନ ଡାକରା ଦିଅନ୍ତି
ଭାରତ ବଅନ୍ଦ ହୁଏ
କୋଟିକାର୍ଯ୍ୟଘଣ୍ଟା ନଷ୍ଟହୋଇଯାଏ
ଏଥିପାଇଁ ଦାୟୀ କିଏ
ଧନୀର କି'ଅବା ଯାଏ
ଦିନ ମଜୁରିଆ ଭୋକେ ମରୁଥାଏ
ବୄଥା ପ୍ରହସନ ଇଏ ।।
ନଷ୍ଟହୁଏ ବହୁ ଜାତୀୟ ସଂପତ୍ତି
ବଅନ୍ଦ ପାଳନ ହେଲେ
ଚାଲିଯାଏ କା'ର ଅମୂଲ୍ଯ ଜୀବନ
ହିଂସାତ୍ମକ ରୂପନେଲେ
ସଲିଳ ସିଲଟ ବୋଲେ
ଦେଶର ପ୍ରଗତି ପଥେ ପରିପନ୍ଥୀ
ବଅନ୍ଦ ଡାକରା ଭଲେ ।।
ସଲିଲ କୁମାର ସ୍ୱାଇଁ,
ମଙ୍ଗଳାଯୋଡି, ଖୋରଧା
