
ଗୁଣୁ ଗୁଣୁ ଅଟେ ଶବ୍ଦ ଯେ ମୋହର
କଥା କହି ପାରେ ନାହିଁ,
ଅନ୍ଧ ବିଶ୍ୱାସରେ ରହିଛନ୍ତି ଜନ
ନିଜର କ୍ଷମତା ପାଇଁ ।
ବିଶ୍ୱାସରେ ବିଷ ମିଶାଇ ଦିଅନ୍ତି
ନିଜର ସମ୍ପର୍କ ମାନେ,
ବୁଝିବାକୁ ତାଙ୍କୁ ବହୁଦିନ ଲାଗେ
ଗଢ଼ିଯାଏ ବହୁ ଦିନେ ।
ମାଛି ବୋଲି ମୁହିଁ ଦୁନିଆ ହସୁଛି
କହୁଛି ମୋତେତ କୀଟ,
କହି ପାରୁନାହିଁ ବୋଲି ଆଜି ତୁମେ
ଅନେକ କରୁଛ ନାଟ ।
ସମ୍ପର୍କ ର ସୂତା ଛିଡାଇ ଦେଉଛ
ହସି ହସି ତୁମେ ସବୁ,
ସମ୍ପର୍କ ର ମାନେ ନୁହେଁ ବାଲି ଘର
ଇଚ୍ଛା ହେଲେ ଭାଙ୍ଗିଦବୁ ।
କେ. ନିର୍ମଳ
ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)
