ଜାନୁଆରୀ ମାସ ଛବିଶ - ଶିବ ପ୍ରସାଦ ସାହୁ

0

ଜାନୁଆରୀ ମାସ ଛବିଶ
ସାଧାରଣତନ୍ତ୍ର ଦିବସ
ଫରଫର ଉଡ଼ି ଜାତୀୟ ପତାକା
ଦିଶେ ସତେ କେଡ଼େ ସରସ  ।।
ଆମେ ଥିଲୁ ପର ଅଧୀନ
ପାଇଥିଲୁ ଦୁଃଖ କଷଣ
ଆମ ଲଢେଇ ରେ ବିଦେଶୀ ହଟିଲେ
ଦେଶ ହେଲା ଶେଷେ ସ୍ବାଧୀନ  ।।
ଉଣେଇଶି ଶହ ପଚାଶ
ଜାନୁଆରୀ ମାସ ଛବିଶ
ଭାରତ ହୋଇଲା ସାର୍ବଭୌମ ରାଷ୍ଟ୍ର
ସଭିଙ୍କ ର ମନ ହରଷ  ।।
ଏଇ ଆମ ଦେଶ ଶାସନ
ଚଳିବାକୁ ହେଲା ଆଇନ
ସାରା ଜଗତ ରେ ଯଶ ଖେଳାଇଲୁ
ରଖିଲୁ ଏ ଦେଶ ସମ୍ମାନ  ।।
ସମ୍ବିଧାନ ତାର ନାମରେ
ପ୍ରଣୟନ ହୋଇ ଦେଶରେ
ଆଇନ ର କାମ ଆରମ୍ଭ ହୋଇଲା
ସଭିଙ୍କର ମନ ଖୁସିରେ   ।।
ଆସ ଆସ ସାଥୀ ସରବେ
ଜାଗିଉଠ ଆଜି ଗରବେ
ସମ୍ବିଧାନ ରକ୍ଷା ପାଇଁ ପଦକରେ
ଏଇ ଯେ ମହାନ ପରବେ  ।।

ଶିବ ପ୍ରସାଦ ସାହୁ 
ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ 

Post a Comment

0Comments
Post a Comment (0)