ଦୁର୍ଭାଗ୍ୟ - ରମାକାନ୍ତ ମିଶ୍ର

0

ଛିଡା ହୋଇଥିଲି କଲିକତା
ମହା ନଗରୀର ଶାମ୍ ବାଜାର
୫ ପଏନ୍ଟ କ୍ରସିଂଗ୍ ସାଇଡ୍ ରେ
ଦେଖୁ ଥିଲି ନେତାଜୀଂକର
ଚକ୍ ଚକ୍ କରୁଥିବା ବ୍ରୋଂଜ ପ୍ରତିମାକୁ
୨୩ ତାରିଖ ନେତାଜୀ ଜୟନ୍ତି ପାଇଁ
କରି ଥିଲେ ବୋଧହୁଏ ସଫା |

ଛିଡା ହୋଇ ଥିଲି ଗୋଟେ ପଟେ
ପାରି ହେବା ପାଇଁ ଆର ପଟକୁ
ମୁଁ ଚାହୁଁ ଥାଏ ଟ୍ରାଫିକ୍ ସିଗ୍ନାଲ କୁ |

ମନେ ହେଲା ମୋର
ମୁଁ ଯେପରି ମହା ନଗରୀର
ଭିଡରେ ଖୋଜୁଛି ପାରି ହେବାର ବାଟ
ନେତୀଜୀ ବୋଧହୁଏ ଘୋଡା ଉପରେ
ବେଶ ପୋଷାକ ପିଂଧି ହାତରେ ଧରି ତରବାରୀ
ଚାହିଁ ରହି ଛଂତି ଯୁଗ ଯୁଗ ଧରି
ପାରି ହେବା ପାଇଁ ପଥ |

ସତରେ ନେତାଜୀ ତୁମେ ସଂଗ୍ରାମୀ
ବାଛି ନେଇ ଥିଲ ଚିର ସଂଗ୍ରାମର ପଥ |
ହେଲ 'ନେତାଜୀ' ଡାକରେ କେବଳ
ଅମର ହେଲ ପାଠ୍ୟ ପୁସ୍ତକରେ !
ସତରେ କିଂତୁ ଏ ଭାରତବର୍ଷ କୁ
ଦେଇ ପାରିଲନି କେବେ ତୁମ
ନେତା ହୋଇ ଥିବା ର ପରିଚୟ
ଏହା କିଂତୁ ଭାରତର ଦୁର୍ଭାଗ୍ୟ ନିଶ୍ଚୟ |

ଶ୍ରୀ ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର, ଭୂବନେଶ୍ୱର - ୭୫୧୦୨୧

Post a Comment

0Comments
Post a Comment (0)