
ଗର୍ଭାଶୟ ଭିତରୁ
ଆକାଂକ୍ଷିତ ଅତିଥି ଭାବରେ
ଜନ୍ମନେବା ପୂର୍ବରୁ......
କାହା କାହା
ବାକ୍ ରୁଦ୍ଧ କଣ୍ଠରୁ ମଧ୍ୟ
ଶୁଣାଗଲା......
ଷଡଯନ୍ତ୍ର ହତ୍ୟାର
ନିଛ୍ଛକ ଅନ୍ତର୍ଭେଦୀ ସ୍ବର ।
ସତେଅବା ମୁଁ ଅଟେ
ରାକ୍ଷାସ ଏ କାଳର
ପୁଣି,
ବିକଟାଳ ଭାର ।
ସେ ପାଇଁକି ସମାଜର
ମର୍ମ ସ୍ପର୍ଶୀ ବିଳାପ ଚିତ୍କାର !!
କନ୍ୟା ଭ୍ରୁଣ ହବାର ଯେ
ଏହି ମୋର ଉପହାର......??
""ଉଷ୍ମ ଗର୍ଭାଶୟର ସେ ଜାଦୁଗରି ସ୍ପର୍ଷ
ଆଉ ଭିତରର ସେଇ ଯେ ଅନ୍ଧାର
ମୋ ପାଇଁ ଥିଲା ଏକ ଶାନ୍ତିର ମହଳ !''
ସେଇ ଗର୍ଭଗୃହୁଁ
ଅଭିଷେକ ନହେବା ପୂର୍ବୁହୁଁ-
ମୋର କଅଁଳ ବ୍ୟାକୁଳ ସ୍ପନ୍ଦନ !
ଦେବାକୁ ଚାହିଁଳ ମୋତେ କରି,
ସମସ୍ତେ!!
ତୁମରି ସମାଜେ ନିଧନ......???
ଏହି ବ୍ୟତିରେକି ସମାଜର
ତୁମ ଉଳ୍ଳଗ୍ନ ଦୂଆରେ......
ମ୍ରିୟମାଣ ହୋଇ ଆଜି
ପ୍ରାର୍ଥନା ମୁଁ କରେ-
ଶୀତଳ ଗର୍ଭାଶୟ ଆଉ
ହିଂସା-ଦ୍ବେଶ ରହିତ ସେ ଅନ୍ଧାର
ମିିଳି ଯାଉ ଆଉ ଥରେ
ଯାତ୍ରା ହୋଇ ମୋର ।
ବିକାଶ କୁମାର ସାହୁ
ଗ୍ରା/ପୋ- ତରାପୁର, ଭାୟା- ଧର୍ମଗଡ,
କଳାହାଣ୍ଡି, ପିନ- ୭୬୬୦୧୫
