ନିଦାଘ ସରିଛି ଶ୍ରାବଣ ଝରିଛି
ସରି ସରି ଆସେ ଶୀତ
ସ୍ମୁତି ଖିଅରୁ ମୁଁ ସାଉଁଟି ଲେଖୁଛି
ଅଠରର ଶେଷ ଗୀତ ।

ଡହ ଡହ ହୋଇ ଜଳିଛି ମୋ ମନ
ଆଖିରୁ ଝରିଛି ଲୁହ
ଅହରହ ମୋତେ ଜଳାଇ ମାରିଛି
ଛାତିଥରା ସେଇ କୋହ ।

ସାରା ଜୀବନକୁ ସ୍ୱପ୍ନ ହୋଇଗଲା
ଥିଲା ଯେ ମନର ମିତ
ସ୍ମୁତି ଖିଅରୁମୁଁ ସାଉଁଟି ଲେଖୁଛି
ଅଠରର ଶେଷ ଗୀତ - - - -

କିଅବା ପାଇଛି କେତେ ହରାଇଛି
ହିସାବ ଯାଇଛି ଭୁଲି
ଏଇମୋ ଛାତିର ଅଲିଭା ଦାଗଟା
ଜାଣେ ଲିଭିବନି ବୋଲି ।

ମହାକାଳ ଫଳ ଜାଣିଲା ପରେବି
ଆଖି ତାକୁ ଭାବେ ହିତ
ସ୍ମୁଟି ଖିଅରୁ ମୁଁ ସାଉଁଟି ଲେଖୁଛି
ଅଠରର ଶେଷ ଗୀତ - - -

ସିଦ୍ଧେଶ୍ବର ତ୍ରିପାଠୀ (ଜୀବନ୍)
କବିର ଘର, କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା