
ଭୁଲି ଗଲୁ ମୋତେ ଆଜି
ନାହିଁ ମୋର ଦୁଃଖ ।
ଖୋଜୁଛି ମୁଁ ସବୁ ଦିନ
ତୋର ସେଇ ମୁଖ। ୧
ହୃଦୟ ତୋ ନାହିଁ ପ୍ରିୟା
ତୁ ହୃଦୟ ହୀନା ।
ଟଙ୍କା ମୋହେ ଭୁଲି ଗଲୁ
ମୋହର ଠିକଣା । ୨
ଭାବିଥିଲି ମୋର ପ୍ରେମ
ଶେଷ ତୋ ପାଖରେ ।
ଅବଶୋଷ ରହି ଗଲା
ଏଇ ଜୀବନରେ ।୩
ହାରି ଗଲି ନାହିଁ ଦୁଃଖ
ପ୍ରେମର ବାଜିରେ
ପ୍ରେମ ପାଇଁ ପୁଣି ଜନ୍ମ
ନେବି ମୁଁ ଧରାରେ । ୪
ଭାଙ୍ଗିଦେଇ ଚାଲି ଗଲୁ
ହୃଦୟ ମୋ ପ୍ରିୟା ।
ଜୀବନ ମୋ ଜଳି ଗଲା
ନଥାଇ ବି ନିଆଁ । ୫
ପରିଚୟ ମୋର ଆଜି
ମୁଁ ଜଣେ ପାଗଳ ।
ପାଇବା କୁ ପ୍ରେମ ତୋର
ହେଉଛି ବିକଳ ।୬
ଉଦ୍ଧାର କରି ଦେ ପ୍ରିୟା
ଆସି ଯା ତୁ ଥରେ
ହୃଦୟ ଯନ୍ତ୍ରଣା ପାଏ
ପ୍ରେମ କାରାଗାରେ । ୭
ଭଲ ହେଲା ହାରି ଗଲି
ପ୍ରେମର ବାଜିରେ ।
ବୁଝିଗଲି ଛଳନା ବି
ରହିଛି ସେଥିରେ । ୮
ଚେଷ୍ଟା ମୁଁ କରୁଚି ତୋତେ
ଭୁଲି ଯିବା ପାଇଁ ।
ହେଲେ ଏ ହୃଦୟ ମୋର
ବୋଲ ମାନେ ନାହିଁ । ୯
କେମିତି ଭୁଲିବି ତୋତେ
କହ ଥରେ ପ୍ରିୟା
ହୃଦୟରେ ଲେଖା ଅଛି
ଆଜି ବି ତୋ ନାଆଁ । ୧୦
ଟୁକୁନା ସାହୁ, ସାନ୍ତରା ପଲ୍ଲୀ, ଗଞ୍ଜାମ
