ତୁମପାଇଁ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

କୋଟି କଦମ୍ବର ସୁଗନ୍ଧ ସମ୍ଭାର
ପଦ୍ମିନୀ ଅଳସୀ କନ୍ୟା
ରୂପେଲି ଜୋଛନା ରଙ୍ଗ ଅଙ୍ଗ ଭରା   
ମାନିନୀ ସୁମତୀ ଲଳନା   ।।

କୁନ୍ତଳ, କୁନ୍ତଳା ,ନୀଳ ମେଘ ମାଳା
ଅବା କି ସାଗର ଲହରୀ
ମୁଖ ମୁକୁର ର ଶୋଭା ମନ ଲୋଭା   
ନିଶାପତି ନୁହେଁ ସରି   ।।

ସରେ ସରରୁହ ସୁଷମ ସୁଷମା
ତହୁଁ ବଳି ଦିଶେ ତୋରା
ଅଳକା ପୁରୀର ଅଲିଅଳି ବାଳା
ଅବା କିବା ଅପସରା   ।।

ନଥିବ କୁମାରୀ କାହିଁ ବା ଏପରି
କୁଆଁ ତାରା ସମ ତୋରା
ମୁହୁ ଝରା ମଧୂ ଚାନ୍ଦିନୀ ରାତିର
ସପନ ସୁନ୍ଦରୀ ବାଳା   ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)