ଶେଷଇଛା ସେଇ ଗାଆଁ ଶ୍ମଶାନ - ସନ୍ତୋଷ ପଟ୍ଟନାୟକ

0

ଆଜିବି ମହକେ ଗାଆଁଟିର ବାସ
ବଦଳିଛି ସିନା ତା'ପୁରୁଣା ବେଶ
ମଦନା ଭାଇଟା ପଢିକିଛି ପାଠ
ବିଲରୁ ସାଉଁଟେ ସକଳ ସୁଖ  ।।

    ବଦଳିନି ସେଇ ବାଡିର କଦଳୀ
    ସ୍ବାର୍ଥୀ ହୋଇ ସିନା ଭାଇ କରେ କଳି
    ବଦଳି ଯାଇଛି  ଝାଟିମାଟି ଘର
    କିଞ୍ଚିତ ବଞ୍ଚିଛି ସେନେହ ଆଦର

ରାଜନୀତି ଫାଶେ ଗ୍ରାମୀଣ ବିକାଶ
ବନ୍ଧା ସିନା ଆଜି ଯୁବକ ସାହାସ
ଦରଦୀ ହୃଦୟେ ଯନ୍ତ୍ରଣା ଅସହ୍ୟ
ପାଶୋରି କି ହୁଏ ମାତୃଭୂମି ମୋହ !

     ସବୁଜିମା ଭରା ମୋ'ଛୋଟ ଗାଆଁ
   ଗାଆଁ ନୁହେଁ ସେ ମୋଅରି ମାଆ
   ତା'ବିଲ, ବଣ,ନଈ ସରଗ ସମ
     ପ୍ରବାସେ ଦେହ ମୋ' ଗାଆଁରେ ମନ

ବାରି ଆମ୍ବଡାଳେ କୋଇଲିର ତାନ
ସଞ୍ଜଫେରା ସେଇ ବଇଁଶୀର ସ୍ବନ
ଅଭୂଲା ସେ'ସ୍ମୃତି ଭୁଲିନି ଏ'ମନ
ଶେଷ ଇଛା ସେଇ ଗାଆଁ ଶ୍ମଶାନ ।।

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 

Post a Comment

0Comments
Post a Comment (0)