ଅବିରାମ ଗତିରେ ଦଉଡୁଛି ରାଜଧାନୀ
ଦୃତ ଗତିରେ, ପ୍ରଖର ରୁ ପ୍ରଖର ତର
ସତେ ଯେମିତି ଚିରସ୍ରୋତା ପାହାଡି  ଝରଣା ।।

ଉଡାଜାହାଜ ପଡିଆ ବସ ଷ୍ଟାଣ୍ଡ ରୁ ରେଳ ଷ୍ଟେସନ
କୁହୁଡି ଭିଜା ସକାଳୁ ସକାଳୁ ଦଉଡୁଛି ଯେ ଦଉଡୁଛି
ହୋଟେଲ , ବଜାର , ଗଳିକନ୍ଦି , ରାସ୍ତାଘାଟ ଭିଡ଼ ଯେ ଭିଡ଼ ।।

ଯନ୍ତ୍ର ବତ୍ ବିଜୁଳି ଗତିରେ ଚଳଚଞ୍ଚଳ ରାଜଧାନୀ
ଅବସରବିନୋଦନ ବଗିଚା ରେ ଫୁଟିଥିବା ଶୀତୁଆ ଫୁଲରେ
ତା ହଳଦି ଗୁରୁଗୁରୁ ନାଲି,ନେଳି ,ଛିଟ ଫୁଲ ସୁଗନ୍ଧ ଶୀତୁଆ ବାଆରେ ।।

ସେ ଦଉଡୁଛି ଯେ ଦଉଡୁଛି ଅହରହ ସକାଳୂ ରାତି ଯାଏଁ
ସଚିବାଳୟରେ ଫାଇଲ୍ ରୁ ଫାଇଲ୍ ରେ ଯୋଜନା ରୁ ଯୋଜନାରେ
ମନ୍ତ୍ରୀ ମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ, ଚିକିତ୍ସାଳୟରେ ,ଶିକ୍ଷାୟତନରେ ।।

ହେଃ.. ,ହେଃ… ,ହେଃ… ଆରେ ରେ ହେ… ହେ…ଫଳ ଶୁନ୍ !
ଧନ୍ୟ ତୁ ରାଜଧାନୀ ।, ଭିକାରୀ ଥାଳରେ , ବସ୍ତିର ହୁକା ଖଟିରେ
ଦେଶି ଭାଟିରେ ।, ନାଇଁ ନାଇଁ ପ୍ରଗତିଶୀଳ ରାଜଧାନୀ ପ୍ରଗତି କରୁଛି ନାଁଆ ।।

ରାସ୍ତା କଡର ଝୁମ୍ପୁଡି କୁଡଆ ନିବାସ ରେ ଅସ୍ତବ୍ୟସ୍ତ କଂସେଇ ଖାନାରେ
ରାସ୍ତା କୁ ଅବରୋଧ କରୁଥିବା ଗାଡ଼ି ମଟର ପାରକିଙ୍ଗ ଭିତରେ
ଆବର୍ଜନା ପୂର୍ଣ୍ଣ ଚଲାରାସ୍ତା ଅବରୋଧ ନାଳ ନର୍ଦ୍ଦମା ରେ ବେସ୍ ପ୍ରଗତି ।।

ନା, ଦେଖ ନାହିଁ ,ଜାଣ ନାହିଁ , ଖାଲି ବୁଝିବାକୁ ଚେଷ୍ଟାକର
ସେ ସେମିତି ଦଉଡୁ ଥାଉ ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା