ବଦମାସ ଚୋର    ଖଣ୍ଟ ଅସାଧୁର
  ପ୍ରଥମ  ଆଶ୍ରୟ  ସ୍ଥାନ
ଅଳସୁଆ   ଅଲାଜୁକ    ମାନଙ୍କର
  ଲାଷଟ ରିଜୋଟ ଜାଣ
  ରାଜନୀତି    ମଇଦାନ
ଆଇରିଶି ନାଟ୍ୟକାର  କହିଥିଲେ
  କାହୁଁ ପାଇବା ସେ ଜ୍ଞାନ ?
ସ୍କ୍ରାଉଣ୍ଡେଲଟାଏ  ଯଦି ଜିତି ଥରେ
   ଏମେଲେ ବା ଏମ୍ପି ହୁଏ
ତା ଚୌଦପୁରୁଷ ହ୍ଯୋନ୍ତିଉଦ୍ଧାରଣ
    ମାରି ହାଣି    ସବୁ ଖାଏ
    ବତୀପେଲା ପୋଷିଥାଏ
ନିଜ ସ୍ଵାର୍ଥପାଇଁ    ଦେଶର ସ୍ଵାର୍ଥକୁ
     ନିତିଦିନ    ବଳି ଦିଏ ।
ସତ୍ଯର ପୂଜାରୀ  ଥିଲା ବିଭୀଷଣ
     ଶ୍ରୀରାମଙ୍କ ମିତ୍ର ହେଲା
ସୀତୟା ମାଆଙ୍କ ମର୍ଯ୍ୟଦାପେଇଁକି
    ଲଙ୍କା ଭେଦ ଜଣେଇଲା
    ତରଣୀକି   ବଳି ଦେଲା
ଗୄହଭେଦୀଆଖ୍ଯା ନୁହେଁପରଜୁଯ୍ଯ
    ସଚ୍ଚା ପଲ୍ଟିସ୍ଯାନ ଥିଲା ।
ବୀର ପୁରୁରାଜା ହେଲେ ପରାଜିତ
    ଦାୟୀ ଅମ୍ବି କୁଳାଙ୍ଗାର
ବିଦେଶୀଶତୁରୁ ପାଇଲେସୁଯୋଗ
   ଖୋଲିଲା ପ୍ରବେଶ ଦ୍ଵାର
   କୁକୁର        ଜୟଚନ୍ଦର
ଘୋରୀସଙ୍ଗେମିଶି ହରାଇ ପୄଥ୍ଵୀଙ୍କୁ
   ଦିଲ୍ଲୀ କଲା ଛାରଖାର ।
ବ୍ଳାକଶିପ ମିର୍ଜା    କଲା ପ୍ରତାରଣା
   ବଙ୍ଗ  ହେଇଗଲା  ବିକା
କ୍ଳାଇବ ପାଇଲା  ଭିତିରି ସାହାଯ୍ୟ
   କଲା  ମୂଳଦୁଆ  ପକା
  ନିଜଲୋକ ଦେଲେ ଧୋକା
ଶହେନବେ ବର୍ଷ  ଲାଗିଲା ଆମକୁ
  ଉଡାଇବାକୁ ପତାକା ।
ଦେଶୀନେତାଙ୍କର ବାସ୍ତରୀ ବରଷ 
  ଶାସନ  ଗଲାଣି  ବିତି
ବଳାତ୍କାର ଆଉ ଏ ଦେଶେ ହଉନି
  ଦୁଷ୍କର୍ମ  ହଉଚି    ନିତି
  ପୁଲିସି ନେତାର ପ୍ରୀତି
ପ୍ରମାଣ ଅଭାବେ ଦୋଷୀଛାଡପାଇ
  ବୁଲୁଚି ଫୁଲେଇ ଛାତି ।
ଗରିବ ଝୁଅଟା     ଦୁଷ୍କର୍ମ ପୀଡିତା
  ଗରିବ ଚାଷୀଟା ମରେ
ଦିନ ମଜୁରିଆ    ଦେଶୀମଦ ପିଇ
  ନିଇତି ନାଳରେ ଗଡେ
  ମିଡ଼ିଆ ମିଛରେ ରଡେ
ଆଇନି ଆଖିରେ  କଳାପଟି ଦେଖି
   କାନ୍ଦମାଡେ ହସମାଡେ ।
ଅଧା ପାଠପଢା  ନେତା ମନ୍ତିରୀଙ୍କୁ
   ବ୍ଯୁରୋକ୍ରାଟ କରେ ମାନ
ସାର୍ ସାର୍ କହି  ମୁଣ୍ଡ ପୋତୁଥାଏ
   ସ୍ଳେଏଭ ଆଇ ରିମେନ
   ଫିରଭି ଦେଶ ମହାନ
ସିଲଟ ଭାବୁଚି    ଦେଶର ଅବସ୍ଥା
  ହେବକି/ନି ପରିବର୍ତ୍ତନ ?।

ସଲିଲ କୁମାର ସ୍ୱାଇଁ
ମଙ୍ଗଳାଯୋଡି, ଖୋରଧା