ଶୂନ୍ୟତା - କେ.ନିର୍ମଳ

0
ମହାଶୂନ୍ୟେ ପ୍ରଭୁ ଦେଖାଦିଅ ମୋତେ
ଅନ୍ଧକାର କରି ଦୂର,
ଜୀବନର ଯେତେ ସଙ୍କଟ ଆସିଲେ
କୃଷ୍ଣନାମ ହେଉ ସାର।

ଭାଇ ବନ୍ଧୁ ପୁତ୍ର ପତ୍ନୀ ମିଛ ମାୟା
କେହି ନୁହେଁ ଆପଣାର,
ଅନ୍ଧ ହେଇ ଏଠି ହେବି ମୁଠେ ମାଟି
ଶେଷରେ ହେବେ ସେ ଦୂର ।

ସତ୍ୟ ଧର୍ମ ନ୍ୟାୟ ପଥରେ ଅନେକ
ବାଧା ଆସେ ବାରମ୍ବାର,
ପାପ ପୂର୍ଣ୍ଣ ଏଇ ସଂସାର ଅସାର
ସତେକି ନରକ ଘୋର ।

ଆସ ଆଉ ଥରେ ଏ ଧରା ଧାମକୁ
କୃଷ୍ଣ ଭାବେ ଦେବା ଭରି,
ପୁଣି ପ୍ରତି ମନେ ଭରୁ ଭକ୍ତି ଜ୍ଞାନ
ଅସାର ଯାଉ ବାହାରି ।
----------------------------
ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)
ମୋବାଇଲ:-୯୫୬୬୧୧୩୬୦୭

Post a Comment

0Comments
Post a Comment (0)