କାମ କିନ୍ତୁ ତାର ଭିନ୍ନ - ପ୍ରକାଶ କୁମାର ଚାନ୍ଦ

0
ନିଦାଘ ଜଳାଏ ପଳାଶ ଫୁଲକୁ
ନିଆଁ ତ ଜାଳଇ ବନ
ଜହ୍ନର ପ୍ରେମରେ କଇଁ ଜଳୁଥାଏ
ବିରହରେ ଜଳେ ମନ  ।

ବଉଳକୁ ଜାଳେ କୁହୁଡିର ନିଆଁ
ସ୍ମୁତି ନିଆଁ ହୃଦ ଜାଳେ
ଭଲପାଇବାର ଜଳନ୍ତା ନିଆଁରେ
କିଏସେ କୁହୁଳି ଜଳେ
ଭାରି ଭୟଙ୍କର ଭୋକର ନିଆଁଟି
ଈର୍ଷାରେ ଜଳଇ ପ୍ରାଣ   ।।
ନିଦାଘ ଜଳାଏ ପଳାଶ ଫୁଲକୁ
ନିଆଁ ତ ଜାଳଇ ବନ  ।।

ଅତି ମାରାତ୍ମକ ସନ୍ଦେହ ନିଆଁଟି
ସଂପର୍କେ ପଡଇ ଫାଟ
ପତଙ୍ଗ ଜଳିକି ଦୀପର ଶିଖାରେ
ହୋଇଥାଏ ଛଟପଟ
ଦୁଇଟି ଅକ୍ଷର ନାଆଁ ସିନା ତାର
କାମ କିନ୍ତୁ ଅଟେ ଭିନ୍ନ   ।।
ନିଦାଘ ଜଳାଏ ପଳାଶ ଫୁଲକୁ
ନିଆଁ ତ ଜାଳଇ ବନ    ।।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ

Post a Comment

0Comments
Post a Comment (0)