କବିତା 'ଅାଜି ମୋ ଭାରତ' ନରେଶ କୁମାର ବେହେରା

0

ଆଜି ମୋ ଅଖଣ୍ଡ ଭାରତ
ବିଖଣ୍ଡିତ ଚିନ୍ତାଧାରା
ସିଂହାସନ ଆଳରେ ଭିନ୍ନ ଭିନ୍ନ ମତ
ହେଲେ, ହୁଅନ୍ତି ଯେ ବନ୍ଧୁ
ନୈଶ୍ୟ ଭୋଜିରେ ସଭିଏଁ ଏକତ୍ର ।

କିଂକର୍ତ୍ତବ୍ୟମୂଢ ଏ ସମାଜ
ଯାହା ସଜ୍ଞାହୀନ ଆଜି
ଦୁଃଷିତ ପାଂଶୁଳ ପ୍ରତିବିମ୍ବ ତା
ଅସ୍ଵସ୍ଥ ଶିକ୍ଷାର ପରିଧିରେ
କରେ ଯେ ପ୍ରୟାସ
ଖୋଦିବାକୁ କୃତ୍ରିମ ପ୍ରତିମା ମୋ ଭାରତର ।

ସଭିଏଁ ଶକୁନି ଏଠି,
ବିନା ଖେଳରେ ଘର ହୁଏ ହାଟ
ଚାଲେ ଭାଗବଣ୍ଟା, କିଣାବିକା
ସମ୍ପତ୍ତିର, ଏ ମାଟିର, ମୋ ଦେଶର ।

ଗୁରୁ ସ୍ଵୟଂ ଦ୍ରୋହୀ, କାରାଗାରେ
ଲୁଣ୍ଠନ, ଅତ୍ୟାଚାରେ ପେଷିତ
ଅଚମ୍ଭିତ ଅଣାୟତ ଭକ୍ତ
ଦେଉଛନ୍ତି ବାର୍ତ୍ତା ପୁଣି
ଗଢିବାକୁ ଆଦର୍ଶ ଭାରତ !

ମଣ୍ଡିରେ ଶସ୍ୟ ଅଭାବି
ନା ଅମଳ, ନା ବିକ୍ରି
ଯଦ୍ୟପି ସରକାର ଆଶ୍ଵସ୍ତ
ବାଣ୍ଟୁଛି ପାଞ୍ଚ ଟଙ୍କିଆ ଅନ୍ନ
ଦୁଇ ଟଙ୍କିଆ ଚାଉଳ
ଆଖିପତା ପଡୁନାହିଁ
ହେଲେ, ଦେଖୁଛି ସପନ
ସ୍ଵର୍ଣ୍ଣିମ ଭାରତର 

ଜାଗହେ ସନ୍ତାନଗଣ
ଫେର ଦିବାସ୍ଵପ୍ନରୁ
ଆଉ ନାହିଁ ବେଳ
ସରିଲାଣି ପଶାଖେଳ
ଫୁଙ୍ଗୁଳା ଭାରତ ଆଜି
ଅନ୍ତବସ୍ତ୍ର ହୀନ ବିଶ୍ଵଦରବାରେ
କିଛିତ କର ଶରମ
ଲେଉଟାଅ ପୁଣି ସେ କାଳ ।

Post a Comment

0Comments
Post a Comment (0)