ଆସ ଜଗନ୍ନାଥ, ଆସ ସଅଳ...
ଉଛୁର ହେଲାଣି ,ଏବେ-
          ଭାଙ୍ଗ ଗହଳ ।
       ଆସ ସଅଳ....(୦)

ବଡ଼ ଦେଉଳର ମୋହ ,
     ପାସୋରି ଦେଲ କି କୁହ !
ଦିଶେ କିବା ଲକ୍ଷ୍ମୀମୁହଁ ,
        ମେଘ ବହଳ ।(୧)
      ଆସ ସଅଳ....

ଆସ ଜଗନ୍ନାଥ ,ଆସ ସଅଳ...
ଉଛୁର ହେଲାଣି,ଏବେ-
         ଭାଙ୍ଗ ଗହଳ ।

ଛପନ ଭୋଗ ସୁଆଦ ,
          ମଧୁର ଗୀତଗୋବିନ୍ଦ !
ଭୁଲିଗଲ କି ଯା' ଲାଗି ,
         ହୁଅ ବିହ୍ଵଳ ।(୨)
     ଆସ ସଅଳ....

ଆସ ଜଗନ୍ନାଥ, ଆସ ସଅଳ...
ଉଛୁର ହେଲାଣି,ଏବେ-
         ଭାଙ୍ଗ ଗହଳ ।

ତୁମବିନା ଏଠି ପ୍ରଭୁ ,
        ଶିରିଛଡ଼ା ଲାଗେ ସବୁ !
ଖାଆଁ ଖାଆଁ ଗୋଡ଼ଉଛି ,
        ବଡ଼ ଦେଉଳ ।(୩)
     ଆସ ସଅଳ....

ଆସ ଜଗନ୍ନାଥ ,ଆସ ସଅଳ...
ଉଛୁର ହେଲାଣି,ଏବେ-
              ଭାଙ୍ଗ ଗହଳ ।
       ଆସ ସଅଳ ।

ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ