
ହସିଲା ଏରାତି ହସିଲା ଏଦିନ
ଝୁମି ଉଠିଲା ଏ ମନ
ଏଇମୋ ଜୀବନେ ତୁମକୁ ପାଇଲି
ସତ ହେଲା ମୋ ସପନ ।
ତୁମେତ ଆସିଲ ପୁନେଇଁ ରାତିରେ
ତୋଫା ଜହ୍ନ ଟିଏ ହୋଇ
ମୋ ଅନ୍ଧାର ପଥେ ଆଲୋକ ଭରିଲା
ତୁମରି ପରଶ ପାଇ ।
ତୁମରି ଓଠର ମଧୁ ବରସାରେ
ଲିଭିଲା ସବୁ ଦହନ
ଏଇମୋ ଜୀବନେ ତୁମକୁ ପାଇଲି
ସତ ହେଲା ମୋ ସପନ - - - -
ସବୁ ପଛକଥା ଭୁଲିଗଲି ଆଜି
ତୁମକୁ ପାଖରେ ପାଇ
ତୁମ ହାତଧରି ଚାଲୁଥିବି ବାଟ
ଆଉକିଛି ଲୋଡ଼ା ନାହିଁ ।
ତୁମ ପରଷରେ ମହକି ଉଠୁଛି
ପୀରତିର ମଧୁବନ
ଏଇମୋ ଜୀବନେ ତୁମକୁ ପାଇଲି
ସତହେଲା ମୋ ସପନ ।
ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା
