
କୁଲାଟିଏ କରି ଗଢି. ଦିଅ ମୋତେ
ଷସ୍ୟ ରୁ ବାଛିବି ଅ ଦରକାରି
ନିଷ୍କଳଙ୍କ ଖାଦ୍ୟ ଭିତରିବି ଜେନ
ଭଲ କୁ ଆଦରି ମନ୍ଦ କୁ ଛାଡି।
ଦୀପ ସଳିତା ଟେ. କରିଦିଅ ମୋତେ
ଆଲୋକ ଢାଳିବ ତାମସା ହରି
ପର ଉପକାରେ. ବିତାଇବି ଦିନ
ଜାଲି ଜାଳି ଦିନେ ଯିବି ମୁଁsସରି.. ।
ମହୁ ମାଛି ଟିଏ କରି ଦିଅ ପ୍ରଭୁ
କର୍ମ କରି କରି ହରଶ ଚିତ୍ତେ
ଫୁଲ ରୁ ମଧୁ କୁ. ଆହରଣ କରି
ଯୋଗାଇ ଦେବି ମୁ ଜଗତ ହିତେ.. ।
ଧେନୁ ଟିଏ ମୋତେ. କରିଦିଅ ଥରେ
ଆହାର କରିବି ଅଦରକାରୀ
ଜନ କଲ୍ୟାଣରେ ନିଜକୁ ସମର୍ପି
ଢାଳୁ ଥିବି ନିତି ଅମୃତ ବାରି. ।
ବାୟା ଚଢେଇ ଟେ କରି ଗଢି ଦିଅ
ଶ୍ରମରେ ଗଢିଦି ସୁନ୍ଦର ବାସ
ନିର୍ଭୟ ଚିତ୍ତ ରେ. ଜୀବନ କାଟିବି
ଆସୁ ପଛେ ଯେତେ ଝଡ଼ ବତାସ.. ।
ଛୋଟ ଝାଡୁ ଟିଏ. କରି ଗଢି ଦିଅ
ବାଡ଼ି ଅଗଣା ରେ ଥିବି ସବୁରି
ଆବର୍ଜନା ସଫା. କରୁଥିବି ନିତି
ଶ୍ରମ କରି କରି ଯିବି ମୁଁ ସରି.. ।
ପ୍ରଣତି ଜଣାଇ କରୁଅଛି ଅଳି
ଗଢି ଦିଅ ମୋତେ ଏମିତି ଚିଜ
ଜୀବନେ ମରଣ. ଜଗତ କଲ୍ୟାଣରେ
ବିନିଯୋଗ ହୋଇ ସାଧିବି କାର୍ଯ୍ୟ ।
Kumuda Chandra Dalei
